fbpx
BSKY
BJD MC SKY
BJD MS SKY

ପାକିସ୍ତାନୀଙ୍କୁ ରୋହିତଙ୍କ ଭୟ: ମ୍ୟାଚ ପୂର୍ବରୁ ହିଟମ୍ୟାନଙ୍କୁ ଅନୁରୋଧ କଲେ ପାକ୍ ପ୍ରଶଂସକ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟ । ଆସନ୍ତାକାଲି ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ତେବେ ଏହାପୂର୍ବରୁ ଖେଳାଳିଙ୍କ ସହିତ ପ୍ରଶଂସକମାନଙ୍କର କ୍ରେଜ ମଧ୍ୟ ଖୁବ ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏକ ଭିଡିଓ ଏବେ ସାମନାକୁ ଆସିଛି । ଯେଉଁଥିରେ ପାକିସ୍ତାନ ପ୍ରଶଂସକମାନଙ୍କ ମଧ୍ୟରେ ରୋହିତ ଶର୍ମାଙ୍କ ଭୟ ଦେଖିବାକୁ ମିଳିଛି ।

ଶୁକ୍ରବାର ପାକିସ୍ତାନରୁ ଆସିଥିବା ଜଣେ ପ୍ରଶଂସକଙ୍କୁ ଭେଟିଥିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଏହି ସମୟରେ ଜଣେ ପାକିସ୍ତାନୀ ପ୍ରଶଂସକ ରୋହିତଙ୍କୁ ଏକ ଅନୁରୋଧ କରିଛନ୍ତି । ରୋହିତଙ୍କ ପ୍ରଶଂସା କରି ସେ କହିଥିଲେ ଯେ, ଏଥର ଶାହୀନ ଦଳରେ ନାହାନ୍ତି । ତେଣୁ ପାକିସ୍ତାନ ବୋଲରଙ୍କ ଉପରେ ଟିକିଏ ଦୟା କରିବା ପାଇଁ ଅନୁରୋଧ କରିଥିଲେ ପାକିସ୍ତାନର ପ୍ରଶଂସକ । ଏସିଆ କପରେ ଶାହୀନ ଶାହ ଏବଂ ଆମିର ଭଳି ବୋଲର ନାହାନ୍ତି, ତେଣୁ ପାକିସ୍ତାନ ଉପରେ ଦୟା କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ, ପାକିସ୍ତାନରୁ ରୋହିତଙ୍କୁ ଦେଖା କରିବା ପାଇଁ ଆସିଥିବା ଜାଣିବା ମାତ୍ରେ ପଡିଆରୁ ବାହାରକୁ ଆସିଥଇଲେ ରୋହିତ । ଏବଂ ଆମମାନଙ୍କ ସହ ଭେଟ କରିଛନ୍ତି । ସେହିପରି ଅନ୍ୟ ଜଣେ ପ୍ରଶଂସକ କହିଛନ୍ତି ଯେ, ମୁଁ କେବେ ବିଶ୍ୱାସ ବି କରି ନଥିଲି କି ସେ ପାଖକୁ ଆସିବେ କିମ୍ବା ଆମ ସହ ହାତ ମିଶାଇବେ । ତେବେ ପାକିସ୍ତାନକୁ ସପୋର୍ଟ କରୁଥିଲେ ବି ସେ ରୋହିତଙ୍କୁ ଦେଖା କରିବା ପାଇଁ ଏଠାକୁ ଆସିଥିବା କହିଛନ୍ତି ଏହି ପ୍ରଶଂସକ ।

Get real time updates directly on you device, subscribe now.