fbpx

Google ଦେଉଛି ୨୫ ଲକ୍ଷ ପୁରସ୍କାର ଜିତିବାର ସୁଯୋଗ, ଜାଣନ୍ତୁ କ’ଣ ରହିଛି ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଟଙ୍କା ପଛରେ ପାଗଳ । ଆପଣ ଯଦି ଘରେ ବସି ନିଜର ବୁଦ୍ଧି ପ୍ରୟୋଗ କରି ରାତାରାତି ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି । ଗୁଗଲ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର । ଗୁଗଲରୁ ଆପଣ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତିପାରିବେ । ଏଥିପାଇଁ ଆପଣଙ୍କୁ କମ୍ପାନୀର ଓପନ ସୋର୍ସ ସଫ୍ଟୱେରର କିଛି ତ୍ରୁଟି ବାହାର କରିବାକୁ ପଡ଼ିବ । ଏହାଦ୍ୱାରା ଆପଣ ୧୦୦ରୁ ୩୧,୩୩୭ ଡଲାର ପର୍ଯ୍ୟନ୍ତ ପୁରସ୍କାର ଜିତିପାରିବେ ।

ଆପଣଙ୍କୁ ଲକ୍ଷପତି ବନାଇବା ପାଇଁ ଗୁଗଲ ପକ୍ଷରୁ ଏକ ସୁଯୋଗ ଆସିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ବଗ ବାଉଣ୍ଟି ପ୍ରୋଗ୍ରାମର ଘୋଷଣା କରାଯାଇଛି । ଯଦି ଆପଣ ଏହାର ଓପନ ସୋର୍ସ ସଫ୍ଟୱେର ଗୁଗଲ ଓଏସଏସରେ କିଛି ତ୍ରୁଟି ଖୋଜିପାରିବେ, ତେବେ ଆପଣଙ୍କୁ ପାଖାପାଖି ୨୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ।

ଏକ ରିପୋର୍ଟ ମୁତାବକ, ଗୁଗଲ ଓଏସଏସରୁ ତ୍ରୁଟି ବାହାର କରିପାରୁଥିବା ବ୍ୟକ୍ତିଙ୍କୁ କମ୍ପାନୀ ୩୧,୩୩୭ ଡଲାର ଅର୍ଥାତ ପାଖାପାଖି ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିବ । ଏହି ପୁରସ୍କାର ପାଇବା ପାଇଁ ଆପଣଙ୍କୁ ଓପନ ସୋର୍ସ ପ୍ରୋଜେକ୍ଟରେ ବଲନରେବିଲିଟି ଖୋଜିବାକୁ ପଡ଼ିବ ।

Get real time updates directly on you device, subscribe now.