fbpx
BJD SKY
BJD SKY

ଡିଓ ଶୁଙ୍ଘିବା କାରଣରୁ ହୋଇପାରେ ଆପଣଙ୍କର ମୃତ୍ୟୁ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

BJD

ନୂଆଦିଲ୍ଲୀ: ଆମ ଚାରିପାଖରେ ଏପରି ଅନେକ ଛୋଟ ଛୋଟ ଘଟଣା ଘଟିଥାଏ, ଯାହାକୁ ଆମେ ସାଧାରଣ ଭାବେ ଅଣଦେଖା କରିଦେଇଥାଉ । ତେବେ ଅନେକ ସମୟରେ ଏହି ସାମାନ୍ୟ କାରଣ ପାଇଁ ଜଣଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ । ଆମେ ଦୈନନ୍ଦିନ ଜୀବନରେ ଶରୀରର ଦୁର୍ଗନ୍ଧକୁ ଏଡ଼ାଇବା ପାଇଁ ବ୍ୟବହାର କରୁଥିବା ଡିଓଡୋରାଣ୍ଟ ଜଣେ ଯୁବତୀଙ୍କର ଜୀବନ ନେଇ ଯାଇଛି । ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ ।

ନିକଟରେ ଅଷ୍ଟ୍ରେଲିଆରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ୧୬ ବର୍ଷୀୟା ଯୁବତୀ ଡିଓ ଶୁଙ୍ଘିବା କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଡିଓରୁ ନିର୍ଗତ ଏରୋସଲ୍ସକୁ ଶୁଙ୍ଘିବା ପରେ ହାର୍ଟ ଆଟାର୍କ କାରଣରୁ ଯୁବତୀ ପ୍ରାଣ ହରାଇଥିବା କୁହାଯାଉଛି । ତେବେ ଯୁବତୀଙ୍କ ମୃତ୍ୟୁ ସଡନ ସ୍ନିଫିଂ ଡେଥ ସିଣ୍ଡ୍ରୋମ କାରଣରୁ ହୋଇଥିବା ତାଙ୍କର ମାଆ କହିଛନ୍ତି ।

ୟୁନିଭରସିଟି ଅଫ୍ ରୋଚେଷ୍ଟର ମେଡିକାଲ ସେଣ୍ଟରର ତଥ୍ୟ ମୁତାବକ, ଏରୋସେଲ୍ସର ସ୍ପ୍ରେ’ରେ ଉପଲବ୍ଧ ଥିବା କେମିକାଲ ଅଧିକାଂଶ ସମୟରେ ହାର୍ଟ ସମ୍ବନ୍ଧିତ ସମସ୍ୟା ବୃଦ୍ଧି କରାଇଥାଏ । ଅଧିକ ମାତ୍ରାରେ କେମିକାଲ ସେବନ ଫଳରେ ସଫୋକେସନ ହୋଇ ମଣିଷର ମୃତ୍ୟୁ ଘଟିଥାଏ । କାରଣ ଅଧିକ ମାତ୍ରାରେ କେମିକାଲକୁ ଶରୀରକୁ ନେବା ପରେ ନିଃଶ୍ୱାସରେ ଶରୀରକୁ ଅକ୍ସିଜେନ ପହଞ୍ଚି ପାରିନଥାଏ । ତେବେ ଏଭଳି ସ୍ଥିତି ପରେ ଡିଓଡ୍ରାଣ୍ଟ କେନ ବିକ୍ରି ଉପରେ ରୋକ ଲାଗୁ ପାଇଁ ଦାବି ହୋଇଥିଲା । ଯୁବକ ଓ ଅଭିଭାବକଙ୍କୁ ଡିଓ ଶୁଙ୍ଘିବା ରିସ୍କ ଉପରେ ସଚେତନ କରିବା ଜରୁରୀ ବୋଲି ମୃତ ଯୁବତୀଙ୍କ ମାଆ କହିଛନ୍ତି ।

Get real time updates directly on you device, subscribe now.