fbpx

କଂଗ୍ରେସରେ ୫ ବର୍ଷ କାମ କରିବେ AICCର ପଦାଧିକାରୀ; ଏହା ପରେ ୩ ବର୍ଷ ଆରାମ

ନୂଆଦିଲ୍ଲୀ: ସୋମବାର ଦିନ କଂଗ୍ରେସ ପାର୍ଟିର ଚିନ୍ତତ ଶିବିରରେ ଆଗାମୀ ଯୋଜନାକୁ ନେଇ ଆଲୋଚନା ହୋଇଥିଲା । ୫ ବର୍ଷର କାର୍ଯ୍ୟକାଳ ପରେ ଜାତୀୟ ତଥା ରାଜ୍ୟ ୟୁନିଟଗୁଡ଼ିକର ଅଧିକାରୀମାନଙ୍କୁ ବିଶ୍ରାମ ଦେବାକୁ ପାର୍ଟିର ସାଙ୍ଗଠନିକ ବ୍ୟାପାର କମିଟି ପରାମର୍ଶ ଦେଇଛି । ଚିନ୍ତନ ଶିବିର ପୂର୍ବରୁ ପାର୍ଟିର ସାଙ୍ଗଠନିକ ବ୍ୟାପାର କମିଟି ପରାମର୍ଶ ଏପରି ପରାମର୍ଶ ଦେଇଥିବା ସୂତ୍ରରୁ ଖବର ମିଳିଛି ।

ମୁକୁଲ ୱାସନିକଙ୍କ ନେତୃତ୍ୱରେ ଗଠିତ କମିଟି ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ଫର୍ମୂଲାକୁ ଆପଣାଇବା ସହ ସଙ୍ଗଠନରେ ଅନେକ ପରିବର୍ତ୍ତନ କରିବାକୁ ସୁପାରିଶ କରିଛି । କଂଗ୍ରେସ କାର୍ଯ୍ୟ ସମିତି ସୋମବାର ଦିନ ନିଜ ବୈଠକରେ ସୁପାରିଶ ଉପରେ ଆଲୋଚନା କରିଛି ।

ମେ’ ୧୩ରୁ ୧୫ ପର୍ଯ୍ୟନ୍ତ ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିୀତ ହେବାକୁ ଥିବା ‘ଚିନ୍ତନ ଶିବିର’ରେ ଦଳର ନେତାମାନେ ଏହି ସୁପାରିଶ ଉପରେ ବିଚାର କରିବେ ଓ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.