fbpx
BJD SKY
BJD SKY

କମ୍ପାନୀ ଦେଲାନି ୱାର୍କ ଫ୍ରମ୍ ହୋମ୍: ଚାକିରି ଛାଡିଦେଲେ ଆପଲ୍ ଇଞ୍ଜିନିୟର

BJD
ନୂଆଦିଲ୍ଲୀ: କୋଭିଡ୍ କାରଣରୁ ବିଭିନ୍ନ କମ୍ପାନୀ ପକ୍ଷରୁ ୱାର୍କ ଫ୍ରମ୍ ହୋମ୍ ଆରମ୍ଭ ହୋଇଥିଲା । ଧୀରେ ଧୀରେ କୋଭିଡର ପ୍ରଭାବ ହ୍ରାସ ପାଉଥିବା ବେଳେ ପୁଣି ଥରେ ସମସ୍ତେ ଅଫିସ୍ ଫେରିବା ଆରମ୍ଭ କଲେଣି । ତେବେବି ଅଫିସ ଯିବାକୁ ନେଇ ଅନେକଙ୍କ ମନରେ ସଂଶୟ ରହିଛି । ଅଫିସରେ କାମ କରିବାକୁ ନେଇ କିଛି ଲୋକ ଅତ୍ୟନ୍ତ ଉତ୍ସାହିତ ରହିଥିବା ବେଳେ କିଛି ଲୋକ ଏହାକୁ ନେଇ ନିରାଶା ଜାହିରୁ କରିଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆପଲ୍ କମ୍ପାନୀରେ ।
ୱାର୍କ ଫ୍ରମ ହୋମ୍ ବାତିଲ ହେବା କାରଣରୁ ଆପଲର ଇଞ୍ଜିନିୟର ଜଣକ ନିଜ ଚାକିରି ଛାଡି ଦେଇଛନ୍ତି । ମେସିନ୍ ଲର୍ଣ୍ଣିଙ୍ଗ ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ଇଆନ୍ ଗୁଡଫିଲ୍ଡ ନିଜ ଚାକିରିରୁ ଇସ୍ତଫା ପ୍ରଦାନ କରିଛନ୍ତି । ୱାର୍କ ଫ୍ରମ୍ ହୋମ୍ ଦ୍ୱାରା ଅନ୍ୟ କାମରେ ସମୟ ବିନିଯୋଗ କରିହୁଏ ଯାହା ଅଫିସରେ ସମ୍ଭବ ହେବ ନାହିଁ ବୋଲି ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି ଗୁଡଫିଲ୍ଡ ।
ଏହା ସହିତ ଆପଲର ହାଇବ୍ରିଡ ୱାର୍କ ପଲିସିକୁୁ ସମାଲୋଚନା କରିଛନ୍ତି ଗୁଡଫିଲ୍ଡ । ଏହି ପଲିସି ଅନୁସାରେ କର୍ମଚାରୀଙ୍କୁ ଏପ୍ରିଲ ୧୧ ସୁଦ୍ଧା ସପ୍ତାହରେ ଦିନଟିଏ ଅଫିସ୍ ଆସିବାକୁ ପଡିବ । ମେ୨ ତାରିଖ ସୁଦ୍ଧା ସାପ୍ତାହିକ ୨ ଦିନ ଏବଂ ମେ ୨୩ ତାରିଖ ସୁଦ୍ଧା ସାପ୍ତାହିକ ୩ ଦିନ ଅଫିସରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଥିଲା । ଏହାକୁ ବିରୋଧ କରିବା ସହିତ ଇସ୍ତଫା ପ୍ରଦାନ କରିଥିଲେ ଗୁଡଫିଲ୍ଡ । କେବଳ ଗୁଡଫିଲ୍ଡ ନୁହନ୍ତି ଆପଲର ଏହି ପଲିସିକୁ ବିରୋଧ କରି ଏକାଧିକ କର୍ମଚାରୀ ନିଜ ଚାକିରି ଛାଡିଛନ୍ତି ।

Get real time updates directly on you device, subscribe now.