fbpx

ସମୁଦ୍ରରେ ବୁଡ଼ିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ, ପହଁରି ପହଁରି କୂଳକୁ ଆସିବାର ଭିଡିଓ…

ଛତ୍ରପୁର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟା ‘ଅସାନି’ ଉପକୂଳର ନିକଟତର ହେବାରେ ଲାଗିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୬୦ ମତ୍ସ୍ୟଜୀବୀ । ମାଛମାରି ୬ଟି ଡଙ୍ଗାରେ ଫେରିଲା ବେଳେ ଅଚାନକ୍ ଡଙ୍ଗାଟି ସମୁଦ୍ରରେ ବୁଡ଼ିଯାଇଥିଲା । ଡଙ୍ଗା ବୁଡ଼ିଯିବା ଫଳରେ ସମସ୍ତ ମତ୍ସ୍ୟଜୀବୀମାନେ ପହଁରି ପହଁରି କୂଳକୁ ଆସିଥିଲେ । ଏଭଳି ଅଘଟଣ ପରେ ମାଛ, ଡଙ୍ଗା, ଜାଲ ସବୁକିଛି ସମୁଦ୍ରରେ ଭାସିଗଲା । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଅସାନି ଭୀଷଣ ବାତ୍ୟାରୁ ବାତ୍ୟାର ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାଶ । ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି ।ଓଡିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତ ରେ ପରିଣତ ହୋଇସାରିଥିବ ବୋଲି ସୂଚନା ଦେଇଛନ୍ତି ଉମା ଶଙ୍କର ଦାଶ ।

Get real time updates directly on you device, subscribe now.