fbpx
BJD SKY
BJD SKY

ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ଅଳକା-ରାଧାରାଣୀ-କିଶୋର: BJD-BJP-Congress, କେଉଁ ଦଳର ପ୍ରାର୍ଥୀଙ୍କୁ ଆପଣ ଭୋଟଦେଇ ଜିତାଇବେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଇତିମଧ୍ୟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ହାତରେ ରହିବ ବ୍ରଜରାଜନଗରର ଡୋରି । ବିଜୟ ପାଇଁ ତିନି ଦଳମାନେ ଏବେଠାରୁ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଲେଣି ।

ଯଦିଓ କିଏ ଜିତିବ କିଏ ହାରିବ କହିବା ମୁସ୍କିଲ, ତେବେ ରାଜନୈତିକ ପାଣିପାଗର ସ୍ଥିତି କିନ୍ତୁ ଶାସକ ଦଳ ସପକ୍ଷରେ ଯିବାର ସମ୍ଭାବନା ଅଧିକ । ଅଧିକାଂଶ ସମୟରେ କ୍ଷମତାରେ ଥିବା ଦଳମାନେ ହିଁ ଉପନିର୍ବାଚନରେ ବିଜୟ ହାସଲ କରିଥାନ୍ତି । ତେବେ ନିର୍ବାଚନ ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ଏପରି ଆକଳନ କରିବା ଠିକ୍ ନୁହେଁ । ନିକଟରେ ରାଜ୍ୟରେ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ, ମେୟର ନିର୍ବାଚନରେ ବିଜେଡି ଆଶାତୀତ ସଫଳା ହାସଲ କରିଥିଲା । ତେଣୁ ଦଳ କିପରି ପୁଣି ଥରେ ନିଜର ବିଜୟ ଜାରି ରଖିପାରିବ, ସେଥିପାଇଁ ନେତାମାନେ ଜୋରସୋରରେ ଲାଗି ପଡ଼ିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ନିର୍ବାଚନରେ କି ରଣନୀତି ଆପ୍ଲାଏ କରିବେ ତାହା ଦେଖିବାକୁ ବାକି ରହିଛି । ନିକଟରେ ସମାପ୍ତ ହୋଇଥିବା ସମସ୍ତ ନିର୍ବାଚନରେ ଦୁଇ ଦଳ ଏକପ୍ରକାର ଫେଲ୍ ମାରିଛନ୍ତି । ଉପନିର୍ବାଚନ ପୂର୍ବରୁ ବିଜେପିର ଝାରସୁଗୁଡ଼ା ଜିଲ୍ଲା ସଭାପତି ଇସ୍ତଫା ଦେଇଥିବା ବେଳେ କଂଗ୍ରେସର ପିସିସି ଚୟନ ନେଇ ବ୍ୟସ୍ତ ରହିଛି । ତେବେ ଆଗକୁ କେଉଁ ଦଳ ନିଜର ଜଲୱା ଦେଖାଇ ପାରୁଛି, ତାହା ସମୟ କହିବ । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ବ୍ରଜରାଜପୁର ଆସନରୁ ଜିତିଥିଲେ । ଗତବର୍ଷ ଡିସେମ୍ବର ମାସ ୩୦ ତାରିଖରେ ତାଙ୍କର ମୃତ୍ୟୁ ପରେ ଏହି ଉପନିର୍ବାଚନ କରାଯାଉଛି ।

Get real time updates directly on you device, subscribe now.