fbpx

ଆପଣ ବିଦେଶରେ ପଢିବାକୁ ଚାହାନ୍ତି! କେମିତି କରିବେ ଷ୍ଟୁଡେଣ୍ଟ ଭିସା….

Advertisement

ଓଡିଶା ଭାସ୍କର: ପ୍ରତିବର୍ଷ ଭାରତରୁ ତଥା ଓଡିଶାରୁ ଅନେକ ଛାତ୍ରଛାତ୍ରୀ ଡିଗ୍ରୀ ପାଇଁ ବିଦେଶ ଯାଆନ୍ତି । ବିଦେଶରେ ପଢିବାକୁ ହେଲେ ଯେଉଁ ଜିନିଷର ସର୍ବାଧିକ ଆବଶ୍ୟକତା ଥାଏ, ତାହା ହେଉଛି ଭିସା । ବିନା ଭିସାରେ ଜଣେ କୌଣସି ବି ଦେଶରେ ପ୍ରବେଶ କରି ପାରିବ ନାହିଁ । ଯଦି ଆପଣ ଜଣେ ଛାତ୍ର ଓ ବିଦେଶରେ ପଢିବାକୁ ଚାହାନ୍ତି, ତେବେ ଆପଣଙ୍କୁ ଷ୍ଟୁଡେଣ୍ଟ ଭିସାର ନିତାନ୍ତ ଆବଶ୍ୟକତା ରହିଛି । ଜଣେ ଆଡମିଶନ ଯେଉଁ ଦେଶରେ ନେଉ ନା କାହିଁକି, କିନ୍ତୁ ଭିସା ଆବେଦନ ପ୍ରକିୟା ତୁଳନାତ୍ମକ ଭାବରେ ପ୍ରାୟ ସମାନ । ଜାଣନ୍ତୁ କେମିତି ପାଇବେ ଷ୍ଟୁଡେଣ୍ଟ ଭିସା…..
ଏସେପଣ୍ଟେନ୍ସ ଲେଟର: ( ସ୍ୱୀକୃତି ଦରଖାସ୍ତ): ଆପଣ ଯେଉଁ ଦେଶର ବିଶ୍ୱବିଦ୍ୟାଳୟ, କଲେଜ ବା ସ୍କୁଲରେ ପଢିବାକୁ ଚାହାନ୍ତି ବା ଆଡମିଶନ ନେବାକୁ ଚାହାନ୍ତି, ସେହି କଲେଜ ବା ବିଶ୍ୱବିଦ୍ୟାଳୟର ସ୍ୱୀକୃତି ଦରଖାସ୍ତ ବା ଏସେପଣ୍ଟେନ୍ସ ଲେଟର ଆପଣଙ୍କ ପାଖରେ ଥିବା ଆବଶ୍ୟକ । ଏହା ହେଉଛି ଭିସା ଆବେଦନର ପ୍ରଥମ ଚରଣ ।

ଅନଲାଇନ କରନ୍ତୁ ଆବେଦନ: କଲେଜ ବା ବିଶ୍ୱବିଦ୍ୟାଳୟ ସ୍ୱୀକୃତି ଦେବା ପରେ ଜଣକୁ ଷ୍ଟୁଡେଣ୍ଟ ଭିସା ପାଇଁ ଅନଲାଇନ ଆବେଦନ କରିବାକୁ ପଡିବ । ଯେଉଁ ଦେଶରେ ପଢିବାକୁ ଚାହୁଁଥିବେ ସେହି ଦେଶର ଏମ୍ବେସିଙ୍କଠୁ ଫର୍ମ ନେଇପାରିବେ । ଏହା ଅନଲାଇନରେ ବି ଉପଲବ୍ଧ ଥାଏ । ଯଦି ଆବେଦନ ଫର୍ମ ଅନଲାଇନ ନ ଥିବ, ତେବେ ତାହାକୁ ପଢିବାକୁ ଚାହୁଁଥିବା ଦେଶର ଏମ୍ବେସିଙ୍କଠୁ ନେଇପାରିବେ । ଭିନ୍ନ ଭିନ୍ନ ଦେଶରେ ଏହା ଭିନ୍ନ ଥାଏ ।

ଏହି ସବୁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ରଖନ୍ତୁ: ଆବେଦନ ଫର୍ମରେ ଆପଣ ଯେଉଁସବୁ ଡକ୍ୟୁମେଣ୍ଟ ଲଗାଇବେ, ସେସବୁକୁ ପୂର୍ବ ପ୍ରସ୍ତୁତି କରି ରଖନ୍ତୁ । ଯଥା- ପାସପୋର୍ଟ, ବିଶ୍ୱବିଦ୍ୟାଳୟ ଦେଇଥିବା ସ୍ୱୀକୃତି ବା ଏସେପଣ୍ଟେନ୍ସ ଲେଟର, ରହିବା ପାଇଁ ହୋଇଥିବା ବ୍ୟବସ୍ଥାର ପ୍ରମାଣପତ୍ର । ତାହାସହ ଯେଉଁ ଦେଶରେ ଆପଣ ପଢିବାକୁ ଚାହାନ୍ତି, ସେ ଦେଶର ଏମ୍ବେସି ଯଦି ଆଉ କିଛି ପ୍ରମାଣପତ୍ର ମାଗନ୍ତି, ତାହା ମଧ୍ୟ ପ୍ରସ୍ତୁତ କରି ରଖନ୍ତୁ । ଆବେଦନ ସମୟରେ ସମସ୍ତ ଜରୁରୀ ପ୍ରମାଣପତ୍ର ଦିଅନ୍ତୁ, ନହେଲେ ଆପଣଙ୍କ ଆବେଦନ ଖାରଜ ମଧ୍ୟ ହୋଇପାରେ ।

ଶୁଳ୍କ ଭରି ସାକ୍ଷାତକାର ପାଇଁ ପ୍ରସ୍ତୁତ ରୁହନ୍ତୁ: ଆବେଦନ ପ୍ରକିୟା ପୁରା ହେବା ପରେ ଯାହା ଶୁଳ୍କ ମଗା ଯାଉଥିବ ତାହା ଦେଇ ସାକ୍ଷାତକାର ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ । ଆବେଦନ ସ୍ୱୀକାର ପରେ ଆପଣଙ୍କୁ ଭିସା ଇଣ୍ଟରଭ୍ୟୁ ପାଇଁ ଯିବାକୁ ହେବ । ଏହାର ପ୍ରସ୍ତୁତି ଭଲ ଭାବରେ କରନ୍ତୁ, କାରଣ ଏଠାରେ ଆପଣଙ୍କୁ କୌଣସି ବିଷୟରେ ବି ପଚରା ଯାଇପାରେ ।

ସମୟ ପୂର୍ବରୁ କରନ୍ତୁ ପ୍ରସ୍ତୁତି: ଭିସା ଆବେଦନ ପରେ ଏହାର ପ୍ରକ୍ରିୟା ଚାଲୁଥିବା ସମୟରେ ହିଁ ପ୍ରସ୍ତୁତି କରନ୍ତୁ । ଏହି ପ୍ରକିୟା ବେଳେବେଳେ ବିଳମ୍ବ ହୁଏ, ସେଥିପାଇଁ ତାହାକୁ ଅପେକ୍ଷା ନ କରି ନିଜର ପ୍ରସ୍ତୁତି କରନ୍ତୁ । ଦେଶ ଅନୁସାରେ ଏଠାରେ ଦିଆଯାଉଥିବା ସୂଚନା ଭିନ୍ନ ଭିନ୍ନ ହୋଇପାରେ । ତଦନୁଯାୟୀ ପ୍ରସ୍ତୁତ ରୁହନ୍ତୁ । ଆପଣ ଯେଉଁ ଦେଶରେ ପଢିବାକୁ ଚାହାନ୍ତି, ସେଠାକାର ଏମ୍ବେସିଠୁ ସେ ଦେଶ ତଥା ସବୁ ଜିନିଷ ଉପରେ ବିଶେଷ ଜ୍ଞାନ ଆହରଣ କରି ନିଅନ୍ତୁ । ଯଦ୍ୱାରା ଆପଣଙ୍କୁ ସାକ୍ଷାତକାର ସହଜ ହେବ ।

Get real time updates directly on you device, subscribe now.