fbpx

ସାବଧାନ! ପ୍ୟାନ କାର୍ଡ ସହ ଆଧାର ଲିଙ୍କ୍ ହୋଇନଥିଲେ ଜରିମାନା ବାଧ୍ୟତାମୂଳକ, ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ

ନୂଆଦିଲ୍ଲୀ, ୧୪ା୪: ଆପଣମାନେ ପ୍ୟାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରିଛନ୍ତି କି ନାହିଁ? ଯଦି କରି ନାହାନ୍ତି, ତେବେ ଆଜି ହିଁ କରି ଦିଅନ୍ତୁ । ଆସନ୍ତା ଜୁନ୍ ମାସ ୩୦ ତାରିଖ ପରେ ଏନେଇ ଜରିମାନା ଆଦାୟ କରାଯିବ । ଆୟକର ଅଧିନିୟମ ଅନୁଯାୟୀ ଆଧାର-ପ୍ୟାନ ଲିଙ୍କ ନକଲେ ୧ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଏହି ସମୟସୀମା ଗତ ମାର୍ଚ୍ଚ ମାସ ୩୧ ତାରିଖ ରହିଥିଲା । ମାତ୍ର ପରେ କେନ୍ଦ୍ରୀୟ ଟିକସ ବୋର୍ଡ ଏହି ତାରିଖକୁ ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଜଣେ ବ୍ୟକ୍ତି ନିଜ ମୋବାଇଲର ଏସଏମଏସ ମାଧ୍ୟମରେ ମଧ୍ୟ ଆଧାର-ପ୍ୟାନ୍ ଲିଙ୍କ କରିପାରିବ । ଏଥିପାଇଁ ଆପଣଙ୍କୁ ୟୁଆଇଡି ପିନ୍ ପରେ ସ୍ପେଶ ଦେଇ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଲେଖିବାକୁ ପଡ଼ିବ । ତା’ପରେ ପୁଣି ସ୍ପେଶ ଦେଇ ୧୦ ଅଙ୍କ ବିଶିଷ୍ଟ ପ୍ୟାନ୍ ନମ୍ବର ଲେଖିବାକୁ ପଡ଼ିବ । ଏହାପରେ ୫୬୭୬୭୮ କିମ୍ବା ୫୬୧୬୧କକୁ ମେସେଜ ପଠାଇବାକୁ ପଡ଼ିବ ।

Get real time updates directly on you device, subscribe now.