fbpx

ଭୀମସାରରେ ତିଆରି ହେବ ଦ୍ୱିତୀୟ କୋଭିଡ଼୍ ହସ୍ପିଟାଲ; ମୁଖ୍ୟ ଶାସନ ସଚିବ

ସମ୍ବଲପୁର ୧୪ ।୪ (ଓଡିଶା ଭାସ୍କର) : ଭୀମସାରରେ ତିଆରି ହେବ ଦ୍ୱିତୀୟ କୋଭିଡ଼୍ ହସ୍ପିଟାଲ । ସମ୍ବଲପୁର ସ୍ଥିତ ଭୀମସାର ହସ୍ପିଟାଲରେ କରୋନା ସ୍ଥିତି ସମୀକ୍ଷା ପରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଭୀମସାରରେ ମେଡିସିନ୍ ବିଭାଗ ଥିବା କୋଠାରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ୧୦ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି କୋଭିଡ୍ ହସ୍ପିଟାଲରେ ୫୦ଟି ଆଇସିୟୁ ସହିତ ୨୫୦ଟି ସାଧାରଣ ବେଡ୍ ରହିବ । ପୂର୍ବରୁ ଭୀମସାରରେ କୋଭିଡ୍ ହସ୍ପିଟାଲରେ ୧୨୦ ଟି ବେଡ୍ ଥିବା ବେଳ ଏଥିରେ ୧୦୫ ଟି ବେଡ୍ ବୃଦ୍ଧି କରାଯାଇଛି । ଏଥିରେ ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବେଡ୍ ରହିବ । ତେବେ ଦୁଇଟି କୋଭିଡ୍ ହସ୍ପିଟାଲରେ ୫୨୫ଟି ବେଡ୍ ରହିବ ।

ଏହାସହ ମୁଖ୍ୟ ଶାସନ ସଚିିବ ସୁରେଶ ମହାପାତ୍ର ଝାରସୁଗୁଡା ଏବଂ ଦେବଗଡ ଜିଲ୍ଲାର କରୋନା ସ୍ଥିତି ମଧ୍ୟ ସମୀକ୍ଷା କରିଛନ୍ତି । ଛତିଶଗଡରେ କରୋନା ସଂକ୍ରମଣ ବଢୁଥିବାରୁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଉପରେ ନଜର ରାଖାଯାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.