fbpx
BSKY
BJD MC SKY
BJD MS SKY

ନାଚୁଥିଲେ ଯୁବକ ହଠାତ ପଡିଲା ଡିଜେ, ୧୨ ଜଣ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଜାମଗଡରେ କିଛି ଯୁବକ ମା ଦୁର୍ଗାଙ୍କ ମୁର୍ତ୍ତି ବିସର୍ଜନ ପାଇଁ ନେଇ ଯାଇଥିଲେ । ଏହା ପରେ ସେମାନେ ଡିଜେ ବଜାଇ ନାଚି ଯାଉଥିଲେ । ଏହା ପରେ ଟ୍ରକରେ ଥିବା ଡିଜେ ସେମାନଙ୍କ ଉପରେ ପଡିଯାଇଥିଲା । ଯାହା ଫଳରେ ୧୨, ୧୩ ଜଣ ଯୁବକ ତା ଭିତରେ ଚାପି ହୋଇଯାଇଥିଲେ । ଯେତେବେଳେ ଡଜେ ପଡିଥିଲା ସେତେବେଳେ ପାଖ ଆଖ ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଯାହା ଫଳରେ ଅଧିକ ଲୋକଙ୍କୁ ଆଘାତ ହୋଇ ନଥିଲା । ତେବେ ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହାର ଭିଡିଓ ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଫୁୁଲପୁର ଥାନା ଅଞ୍ଚଳର ଏଠାରେ ଦଶହରା ପରେ ମଧ୍ୟ ମା’ଙ୍କ ମୂର୍ତ୍ତିକୁ ବିସର୍ଜନ କରିବାକୁ ନେଉଥିଲେ । ମୂର୍ତ୍ତିକୁ ମିନିଟ୍ରକରେ ରଖାଯାଇଥିଲା । ସେଠାରେ ସେମାନେ ଡିଜେ ମଧ୍ୟ ବଜାଇଥିଲେ । ଏହା ପରେ ଯୁବକ ମାନେ ଡିଜେ ବଜାଇ ନାଚିଥିଲେ । ଯାହା ଫଳରେ କିଛି ସମୟ ପରେ ଡିଜେ ସେମାନଙ୍କ ଉପରେ ପଡି ଯାଇଥିଲା । ଯୁବକମାନେ ନାଚୁଥିବା ବେଳେ ସେମାନଙ୍କ ଉପରେ ବିପଦ ପଡିଥିଲା । ଏଥିରେ ୪ ଜଣ ଯୁବକ ଆହତ ହୋଇଥିଲେ । ଏହା ପରେ ବାକି ଲୋକମାନଙ୍କୁ ହାଲକା ଆହତ ହୋଇଛନ୍ତି ।

Get real time updates directly on you device, subscribe now.