fbpx

ରଙ୍ଗ୍ ରୁଟରେ ଆସୁଥିଲା ସ୍କୁଟି: ଟ୍ରାଫିକ୍ ଖୋଲିବାକୁ ଯାଇଥିବା ପୋଲିସକୁ ନିର୍ମମ ଭାବେ ପିଟିଲେ ଯୁବକ-ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ଯୁବକ ଓ ଯୁବତୀ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଅତି ନିର୍ମମ ଭାବେ ପିଟିଥିବା ଖବର ସାମ୍ନାକୁ ଆସିଛି । ଏହା ପରେ ଜୋରଦାର ମାରପିଟ୍ ହୋଇଥିଲା । ଦିଲ୍ଲୀ ପୋଲିସର ଟ୍ରାଫିକ୍ ଇନ୍ସପେକ୍ଟର ଟ୍ରାଫିକ୍ ଖୋଲିବାକୁ ଦେବଲି ମୋଡ ଯାଇଥିଲେ ।

ସୂଚନାନୁସାରେ, ଦକ୍ଷିଣ ଦିଲ୍ଲୀର ଦେବଲି ମୋଡରେ ଟ୍ରାଫିକ ଖୋଲିବାକୁ ଯାଇଥିବା ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଜଣେ ଯୁବକ ଓ ଯୁବତୀ ଅତି ନିର୍ମମ ଭାବେ ମାଡ଼ ମାରିଛନ୍ତି । ଏହି ମାମଲା ସକାଳ ୧୦ ଟାରେ ଘଟିଥିଲା ବୋଲି କୁହାଯାଉଛି । ରଙ୍ଗ୍ ରୁଟରୁ ଆସୁଥିବା ସ୍କୁଟିକୁ ଅଟକାଇବା ପରେ ଏହି ହଙ୍ଗାମା ଆରମ୍ଭ ହୋଇଥିଲା ।

ଦିଲ୍ଲୀ ଟ୍ରାଫିକ ପୋଲିସକର୍ମୀ ଦେବଲି ମୋଡରେ ରଙ୍ଗ୍ ରୁଟରୁ ଆସୁଥିବା ଏକ ସ୍କୁଟି ଆରୋହୀଙ୍କୁ ଅଟକାଇଥିଲେ । ସ୍କୁଟିରେ ୩ ଜଣ ବସିଥିଲେ । ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇବା ପରେ ସ୍କୁଟିରେ ବସିଥିବା ଯୁବତୀ ରାଗିଯାଇଥିଲେ । ପ୍ରଥମେ କଥା କଟାକଟି ପରେ ଯୁବତୀ ଟ୍ରାଫିକ ପୋଲିସ ଉପରକୁ ହାତ ଉଠାଇଥିଲେ, ଯାହାକୁ ନେଇ ପରେ ହଙ୍ଗାମା ଆରମ୍ଭ ହୋଇଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.