fbpx
BJD SKY
BJD SKY

ସୋସିଆଲ ମିଡିଆ କବଜାରେ ପିଲା : ଏହି ରିପୋର୍ଟ ଆପଣଙ୍କୁ ମଧ୍ୟ କରିବ ଆଶ୍ଚର୍ଯ୍ୟ

BJD

ନୂଆଦିଲ୍ଲୀ: ବିଶ୍ୱର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୯୩% ଲୋକେ ଇଣ୍ଟରନେଟ୍ ସେବା ସହିତ ଜଡ଼ିତ ଏବଂ ଏଥିରୁ ପ୍ରାୟ ୬୦% ଅର୍ଥାତ୍ ୪.୮ ବିଲିୟନ ଲୋକ ସୋସିଆଲ୍ ମିଡିଆରେ ସକ୍ରିୟ ଅଛନ୍ତି । ସୋସିଆଲ ମିଡିଆର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ଲୋକମାନେ ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଖାସକରି ଯୁବ ପିଢ଼ି ପାଇଁ ଆଜିକାଲି ଲାଇକ୍, ଫଲୋର୍ସ, ରିଚ୍ ଓ ଭାଇରାଲ ଭଳି ଶବ୍ଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୁବ ପିଢ଼ି ଆଜିର ଦିନରେ ସୋସିଆଲ ମିଡିଆ ମାଧ୍ୟମରେ ସ୍କ୍ରୋଲ୍ କରି ଦିନକୁ ୨୪ ଘଣ୍ଟାରୁ ଅନେକ ଘଣ୍ଟା ବିତାନ୍ତି ।

ପିଲାମାନେ ଗେମ୍ ଏବଂ ରିଲରେ ଖୁସି :-

ଏପର୍ଯ୍ୟନ୍ତ ଅନେକ ରିପୋର୍ଟ ଏବଂ ଅଧ୍ୟୟନ ବାହାରିଛି ଯେଉଁଥିରେ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ହେତୁ ଯବପିଢ଼ିମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କୁହାଯାଇଛି । ଏହାରି ମଧ୍ୟରେ ନିକଟରେ ହୋଇଥିବା ଏକ ଜାତୀୟ ସର୍ବେକ୍ଷଣରେ ଭାରତରେ କରାଯାଇଥିବା ପ୍ରାୟ ୫୦,୦୦୦ ପିତାମାତାଙ୍କ ସହ ଇଣ୍ଟରଭ୍ୟୁକୁ ସାମିଲ କରାଯାଇଥିଲା, ଏଥିରୁ ଜଣାପଡିଛି ଯେ, ୯ ରୁ ୧୭ ବର୍ଷ ବୟସର ୧୦ ଜଣଙ୍କ ମଧ୍ୟରୁ ୬ ଜଣ ଯୁବା ସୋସିଆଲ ମିଡିଆ କିମ୍ବା ଗେମିଙ୍ଗ ପ୍ଲାଟଫର୍ମରେ ଦିନକୁ ୩ ଘଣ୍ଟାରୁ ଅଧିକ ସମୟ ଅତିବାହିତ କରୁଛନ୍ତି । ମହାରାଷ୍ଟ୍ର ରାଜ୍ୟରୁ ୧୭ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ, ସେମାନଙ୍କ ପିଲାମାନେ ପ୍ରତିଦିନ ୬ ଘଣ୍ଟାରୁ ଅଧିକ ସମୟ ଅନଲାଇନରେ ରୁହନ୍ତି । ଏହିପରି ଜବାବ ସମଗ୍ର ଭାରତରେ ୨୨ ପ୍ରତିଶତ ଉତ୍ତରଦାତା କହିଛନ୍ତି । ଏହି ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ସୋସିଆଲ ମିଡିଆ କିମ୍ବା ଖେଳରେ ସମୟ ବିତାଇବା ପରେ ପିଲାମାନେ ଖୁସି ଅନୁଭବ କରନ୍ତି । ପ୍ରାୟ ୧୦% ପିତାମାତା ଏହା କହିଛନ୍ତି ।

ଏହି ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ, ସକରାତ୍ମକ ପ୍ରଭାବ ଅପେକ୍ଷା ସୋସିଆଲ ମିଡିଆ ଅଧିକ ନକାରାତ୍ମକ ପ୍ରଭାବ ପକାଉଛି ଏବଂ ପିତାମାତାମାନେ ବର୍ତ୍ତମାନ ସତର୍କ ହେବା ଆବଶ୍ୟକ । ଯଦି ପିଲାଦିନରୁ ସ୍ମାର୍ଟଫୋନର ଅଭ୍ୟାସ ପିଲାମାନଙ୍କ ମଧ୍ୟରେ ଜଡ଼ିତ ନଥାଏ, ତେବେ ଏହା ସେମାନଙ୍କର ପରବର୍ତ୍ତୀ ଜୀବନରେ ଭଲ ପ୍ରଭାବ ପକାଇବ ଏବଂ ଯୁବ ପିଢ଼ି ମଧ୍ୟ ସୁସ୍ଥ ରହିବେ ।

ପ୍ରତିଦିନ ୩ ଘଣ୍ଟା ବ୍ୟବହାର କରିବା ହେତୁ ହେଉଛି ଏହି ସମସ୍ୟା :-

ଏହି ଅଧ୍ୟୟନ ୨୦୨୨ ମସିହାରେ ଆମେରିକୀୟ ସର୍ଜନ ଜେନେରାଲ୍ ଡକ୍ଟର ବିବେକ ମୁର୍ତ୍ତୀଙ୍କ ଅନ୍ୟ ଏକ ରିପୋର୍ଟ ସହିତ ମେଳ ଖାଉଛି ଯେଉଁଥିରେ କୁହାଯାଇଛି ଯେ, ପ୍ରତିଦିନ ୩ ଘଣ୍ଟା ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କଠାରେ ଉଦାସୀନତା ଏବଂ ଚିନ୍ତା ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ରିପୋର୍ଟରେ କିଶୋର ମାନସିକ ସ୍ୱାସ୍ଥ୍ୟ “କ୍ଷତିର ଗଭୀର ବିପଦ” ବୋଲି ବର୍ଣ୍ଣନା କରାଯାଇଛି ଏବଂ ବ୍ୟବହାର ପାଇଁ କଠୋର ମାନଦଣ୍ଡ ସ୍ଥିର କରିବାକୁ ପରିବାର ଏବଂ ସରକାରଙ୍କୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.