fbpx

Big Breaking : ସ୍କୁଟି ଓ ତେଲ ଟ୍ୟାଙ୍କର ଧକ୍କା, ପୁଅ ମୃତ, ମାଆ ଗୁରୁତର

ଖୋର୍ଦ୍ଧା : ଦିନକୁ ଦିନ ଦୁର୍ଘଟଣାର ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ତେଲ ଟ୍ୟାଙ୍କର ଧକ୍କାରେ ଘଟିଛି ଏକ ଭୟାନକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପୁଅ ମୃତ, ମାଆ ଗୁରୁତର ।

ସୂଚନା ଅନୁସାରେ, ଖୋର୍ଦ୍ଧା ଟାଉନ ଥାନା ଭାଲିଆବାଡ଼ି ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଲ ଛୁଟି ହେବା ପରେ ମାଆ ସହ ପୁଅ ସ୍କୁଟିରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ବର୍ଷ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତ । ମାଆର ଅବସ୍ଥା ଗୁରୁତର ଥିବାରୁ ମାଆକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଅନ୍ୟପଟେ ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.