fbpx

ଆପଣ ବ୍ୟବହାର କରୁଥିବା ମହୁ ଅସଲି କି ନକଲି ଜାଣିବାକୁ ଚାହୁଁଛନ୍ତି କି?

ମହୁ ଏକ ଗୁଣକାରୀ ଦ୍ରବ୍ୟ ଯାହାକି ଆମର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଅନେକ କାମରେ ଆସିଥାଏ । ଆଜିକାଲି ବଜାରରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ମହୁ ଉପଲବ୍ଧ ହେଉଛି । କିନ୍ତୁ ଏକ ପରୀକ୍ଷଣରୁ ଜଣାଯାଇଛି ଯେ କିଛି କମ୍ପାନୀ ଏହି ମହୁରେ ଚାଇନା ଚିନି ସିରପ୍ ମିଶ୍ରଣ କରି ଜନସାଧାରଣଙ୍କୁ ଠକୁଛନ୍ତି । କେଉଁ କମ୍ପାନୀର ମହୁ ଅସଲି ଓ କେଉଁ କମ୍ପାନୀର ମହୁ ନକଲି ତାହା ନିମ୍ନରେ ଦିଆଯାଇଛି-

ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସଇ) ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରୁ ଜଣାଯାଇଛି ଯେ ଦେଶର ଅନେକ ଛୋଟ ବଡ଼ ବ୍ରାଣ୍ଡର ମହୁରେ ବହୁଳ ଭାବରେ ମିଶ୍ରଣ କରାଯାଉଛି ।

ସିଏସଇର ଏହି ଯାଞ୍ଚରେ ଡାବର, ପତଞ୍ଜଳି, ଝଣ୍ଡୁ, ବୈଦ୍ୟନାଥ ଆଦି ପ୍ରତିଷ୍ଠିତ କମ୍ପାନୀମାନେ ଫେଲ ହୋଇସାରିଛନ୍ତି । କେବଳ ୩ଟି ବ୍ରାଣ୍ଡ ସଫୋଲା, ମାର୍କଫେଡ ସୋହନା, ନେଚରର୍ସ ନେକ୍ଟର ଆଦି କମ୍ପାନୀର ମହୁ ଶୁଦ୍ଧ ଥିବା ଯାଞ୍ଚରୁ ଜଣାପଡ଼ିଥିଲା ।

ଡାବର ଓ ପତଞ୍ଜଳି କମ୍ପାନୀ ସିଏସଇର ଏହି ପରୀକ୍ଷଣ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, କମ୍ପାନୀକୁ ବଦନାମ କରିବା ଉଦ୍ଦେଶ୍ୟରେ ଏହା ଏକ ଷଡ଼ଯନ୍ତ୍ର । ଏହି କମ୍ପାନୀମାନେ କହିଛନ୍ତି ଯେ, ଭାରତରେ ହିଁ ପ୍ରାକୃତିକ ମହୁକୁ ଏକତ୍ର କରି ବିକ୍ରି କରାଯାଉଛି ଓ କୌଣସି ମିଶ୍ରଣ କରାଯାଉନାହିଁ ।

ସିଏସଇ ତରଫରୁ ଗୁଜରାଟର ଏନଡିବିବି ପ୍ରୟୋଗଶାଳାରେ ଯାଞ୍ଚ କରାଯିବା ବେଳେ କିଛି ଛୋଟ ବ୍ରାଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ବଡ଼ ବ୍ରାଣ୍ଡ ଫେଲ ହୋଇଥିଲେ । ମାତ୍ର ଯେବେ ଜର୍ମାନୀର ଏକ ବିଶେଷ ପ୍ରୟୋଗଶାଳାରେ ଏହା ପରୀକ୍ଷଣ କରାଗଲା, ସେତେବେଳେ କେବଳ ୩ଟି କମ୍ପାନୀର ନାମ ନଜରକୁ ଆସିଥିଲା, ଯେଉଁମାନେ କି ଚିନି ସିରପ ମିଶ୍ରଣ କରୁନାହାନ୍ତି ବୋଲି ।

ସୂଚନାଯୋଗ୍ୟ ଯେ, ଚିନି ସିରପ ହେଉଛି ଚିନି ଓ ପାଣିର ଏକ ମିଶ୍ରଣ ଯାହା ବିଭିନ୍ନ ପ୍ରକାର ପାନୀୟ ଜାତୀୟ ଦ୍ରବ୍ୟ ଉତ୍ପାଦନ ବେଳେ ମିଠା ସକାଶେ ପ୍ରୟୋଗ କରାଯାଇଥାଏ ।

ସିଏସଇର ସୂଚନା ଅନୁଯାୟୀ, କିଛି ଚାଇନା ୱେବସାଇଟରେ ଏହା ଫ୍ରକ୍ଟୋଜ ସିରପ ନାମରେ ବିକ୍ରି କରାଯାଉଥିବା ଜଣାଯାଇଛି ।

Get real time updates directly on you device, subscribe now.