fbpx

ଏଣିକି ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ପଡ଼ିବ ମହଙ୍ଗା: ଦେବେ ଜରିମାନା, କୋର୍ଟରୁ ମୁକୁଳାଇବେ ଗାଡ଼ି, ଯାଇପାରନ୍ତି ଜେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ଅଧିକାଂଶ ଲୋକ ତାହାକୁ ଖାତିର କରିନଥାନ୍ତି । ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନେକ ଗାଡ଼ି ଚାଳକଙ୍କଠାରୁ ହଜାର ହଜାର ଟଙ୍କାର ଜରିମାନା ଆଦାୟ ହେଉଛି । ଏସବୁ ପରେ ବି ଅନେକ ଲୋକ ଟ୍ରାଫିକ ନିୟମକୁ ମାନିବାକୁ ନାରାଜ୍ । ତେବେ ଅନେକ ଗାଡ଼ି ଚାଳକଙ୍କର ରୁଙ୍ଗ ରୁଟରେ ଡ୍ରାଇଭିଂ କରିବାର ଅଭ୍ୟାସ ଥାଏ । ଏଣିକି ରଙ୍ଗ ରୁଟରେ ଗାଡ଼ି ଚଳାଉଥିବା ସମୟରେ ଧରାପଡ଼ିଲେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ବାତିଲ୍ ହୋଇପାରେ ।

ଗତ କିଛିଦିନ ଧରି ଟ୍ରାଫିକ ଯାଞ୍ଚ ଶିଥିଳ ପଡ଼ିଯାଇଥିବା ବେଳେ ଏବେ ପୁଣି କଡ଼ାକଡ଼ି ହେବାକୁ ଯାଉଛି । ବର୍ତ୍ତମାନ କିଛିଦିନ ପାଇଁ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ପାଞ୍ଚଶହ ଟଙ୍କା ଜରିମାନା ଆଦାୟ କରି ଛାଡ଼ି ଦିଆଯିବ । ପରେ ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ କରି କୋର୍ଟକୁ କାଗଜପତ୍ର ପଠାଯିବ । ତା’ପରେ ମାଲିକମାନେ କୋର୍ଟରେ ହାଜର ହୋଇ ନିଜର ଗାଡ଼ି ମୁକୁଳାଇବେ ଓ ଜେଲ୍ ମଧ୍ୟ ଯାଇ ପାରନ୍ତି ।

ରାଜଧାନୀ ଭୁବନେଶ୍ୱରରେ ବାଇକ୍ ଆରୋହୀମାନେ ସର୍ଟକଟ୍ ପାଇଁ ରଙ୍ଗରୁଟକୁ ଆଦରି ନେଉଛନ୍ତି । ତେବେ ଏହାଦ୍ୱାରା ବହୁତ ଦୁର୍ଘଟଣା ଘଟୁଥିବାର ଦେଖାଯାଉଛି । ତେବେ ପୂର୍ବରୁ ରାଜଧାନୀରେ ୧୦୦ରୁ ଅଧିକ ରଙ୍ଗ ରୁଟ ସାଇଟ୍ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୧୫ଟି ଅତିସମ୍ବେଦନଶୀଳ ସ୍ଥାନରେ ସ୍ପାଇକ୍ ବ୍ୟାରିୟର ଲଗାଇବାକୁ ଯୋଜନା ମଧ୍ୟ ହୋଇଥିଲା । ତେବେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ରାଜଧାନୀରେ ସ୍ପାଇକ୍ ବ୍ୟାରିୟର ଲାଗିବ ବୋଲି ଟ୍ରାଫିକ୍ ଡିସିପି କହିଛନ୍ତି ।

Get real time updates directly on you device, subscribe now.