fbpx

ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଣନ୍ତୁ କେଉଁ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି

ନୂଆଦିଲ୍ଲୀ: ଆଇସିସି ତରଫରୁ ଜାରି ହୋଇଛି ଖେଳାଳି ମାନଙ୍କର ଟେଷ୍ଟ ରାଙ୍କିଙ୍ଗ । ଇଣ୍ଟରନେସନାଲ ଟେଷ୍ଟ କ୍ରିକେଟରେ ବଦଳିଛି ଅନେକ ଖେଳାଳିଙ୍କ ସ୍ଥାନ । କିନ୍ତୁ ଭାରତୀୟ ଖେଳାଳି ମାନଙ୍କର ସ୍ଥାନରେ ସେତେଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନାହିଁ । ବାଂଲାଦେଶର ଲିଟନ ଦାସ ଏବଂ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ ନିଜ ସ୍ଥାନରେ ପରିବର୍ତ୍ତନ ପାଇଛନ୍ତି । ଉଭୟ ଯଥାକ୍ରମେ ୧୭ ଏବଂ ୨୧ ନମ୍ବର ସ୍ଥାନରେ ରହିଛନ୍ତି ।

ତେବେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱୀନ ନିଜ ସ୍ଥାନରେ ସୁରକ୍ଷିତ ରହିଛନ୍ତି । ବ୍ୟାଟ୍ସମ୍ୟାନ ତାଲିକାରେ ରୋହିତ ୮ ନମ୍ବରରେ ଥିବା ବେଳେ ୧୦ ନମ୍ବରରେ ରହିଛନ୍ତି ବିରାଟ କୋହଲି । ତେବେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ୮୯୨ ରେଟିଙ୍ଗ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଷ୍ଟିଭ ସ୍ମିଥ । ଏହା ପରେ କେନ ୱିଲିୟମସନ, ଜୋ ରୁଟ, ବାବର ଆଜମ, ଦିମୁଥ କରୁଣାରତ୍ନେ ଏବଂ ଉସ୍ମାନ ଖ୍ୱାଜା ସ୍ଥାନ ପାଇଛନ୍ତି । ରୋହିତ ଏବଂ ବିରାଟଙ୍କ ମଝିରେ ନବମ ସ୍ଥାନରେ ରହିଛନ୍ତି ଟ୍ରାଭିସ ହେଡ ।

ସେହିପରି ବୋଲରଙ୍କ ତାଲିକାରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ୯୦୧ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ ୮୫୦ ଅଙ୍କ ସହ ଦ୍ୱିତୀୟ ସ୍ଥାନକୁ କବଜା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ତୃତୀୟରେ ଜଶପ୍ରୀତ ବୁମରାହ ରହିଥିବା ବେଳେ ଶାହୀନ ଆଫ୍ରିଦି ଏବଂ କାଇଲ ଜାମିସନ ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଅନ୍ୟ ପକ୍ଷରେ ଅଲରାଉଣ୍ଡର ରାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ । ପୂର୍ବ ପରି ୩୮୫ ରେଟିଂ ପଏଣ୍ଟ ସହ ରବିନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ପରେ ଅଶ୍ୱୀନ ଦ୍ୱିତୀୟ ସ୍ଥାନରେ ଏବଂ ଜାସନ ହୋଲ୍ଡର ତୃତୟୀ ସ୍ଥାନକୁ ଖସି ଆସିଛନ୍ତି ।

Get real time updates directly on you device, subscribe now.