fbpx

ଆପଣଙ୍କ ଚେହେରା କହିବ ଆପଣଙ୍କ ଶରୀରରେ ରୋଗ ଅଛି ନା ନାହିଁ, ଆପ୍ଲାଏ କରନ୍ତୁ ଏହି ୮ଟି ଫର୍ମୂଲା

କଥାରେ ଅଛି- ଶରୀର ଅଛି ମାନେ ରୋଗ ଅଛି । ତେବେ କିଛି ଲୋକଙ୍କ ଶରୀରରେ ଅନେକ ରୋଗ ରହିଥିବା ବେଳେ ସେମାନେ ନିଜକୁ ସୁସ୍ଥ ବୋଲି ଭାବିଥାନ୍ତି । ଆଉ କିଛି ଲୋକଙ୍କ ଠାରେ କୌଣସି ରୋଗ ନଥିବା ବେଳେ ସେମାନେ ଅଯଥାରେ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ବହୁ ସମୟର ଅପଚୟ କରିଥାନ୍ତି । ତେବେ ଏଣିକି ଆପଣମାନଙ୍କୁ ଆଉ ଛୋଟ ଛୋଟ ସମସ୍ୟା ପାଇଁ ଡାକ୍ତରଙ୍କ ପାଖକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଆପଣମାନେ ଘରେ ବସି ଆପଣଙ୍କ ଦେହରେ ରୋଗ ଅଛି ନା ନାହିଁ, କେବଳ ଚେହେରା ଦେଖି ଜାଣିପାରିବେ ।

୧- ଅନେକ ସମୟରେ ଆପଣଙ୍କ ଶରୀରରେ ବହୁ ଆବର୍ଜନା ପଦାର୍ଥ ଜମା ହେବା ସହ ଲାଲ ରକ୍ତକଣିକା ଛିଡ଼ି ଯାଇଥାଏ । ଫଳରେ ଆପଣଙ୍କ ଆଖି ଓ ଚେହେରା ହଳଦିଆ ରଙ୍ଗ ଦେଖାଯାଇଥାଏ । ଏହା ଭାଇରାଲ ଇନଫେକସନ୍, ଲିଭର, ପାନକ୍ରିୟାଜ ଅସନ୍ତୁଳନ ଓ ଲିଭର ସିରୋସିସ ସମ୍ବନ୍ଧୀୟ ରୋଗର ଲକ୍ଷଣ ବୋଲି କୁହାଯାଏ ।

୨- ଯଦି ଆଖିର ଭ୍ରୁଲତାରୁ ବାଳ ଝଡ଼ୁଥାଏ, ତେବେ ତାହା ଏଲୋପେସିଆ ଏରିଟା ରୋଗର ଲକ୍ଷଣ ବୋଲି କୁହାଯାଏ । ଯେତେବେଳେ ଇମ୍ୟୁନ ସିଷ୍ଟମ ହେୟାର ଫୋଲିକଲ ବା ତ୍ୱଚାର ଭିତର ଅଂଶକୁ ଟାର୍ଗେଟ୍ କରେ, ସେତେବେଳେ ଏପରି ଘଟିଥାଏ । ତେଣୁ ଡାକ୍ତରଙ୍କ ସହ ପରାମର୍ଶ କଲେ ସେ ହେୟାର ଫୋଲିକଲ ତିଆରି ପାଇଁ କିଛି ଔଷଧ ଖାଇବାକୁ କହିଥାନ୍ତି ।

୩- ଅନେକ ସମୟରେ ଆଖିର ତଳଭାଗରେ ଉପଲବ୍ଧ ଥିବା ତରଳ ପଦାର୍ଥ ପାଇଁ ଆଖି ଫୁଲା ଦେଖାଯାଏ । ଏହାଛଡ଼ା ଅସଂପୂର୍ଣ୍ଣ ନିଦ୍ରା, ଅଧିକ ଲୁଣ ସେବନ, ହରମୋନ୍ ପରିବର୍ତ୍ତନ, ବୃଦ୍ଧତ୍ୱ, ଆଲର୍ଜି, ଗରମ ଓ ଆର୍ଦ୍ର ଜଳବାୟୁ, ମେକଅପ୍, ସାବୁନ ଲଗାଇବା, ଆଦି କାରଣରୁ ଆଖି ଫୁଲା ଦେଖାଯାଇଥାଏ ।

୪- ଯଦି ଆପଣଙ୍କ ଚେହେରାରେ ଅଜବ ଓ ଅଦରକାରୀ ଭାବେ ବାଳ ରହିଥାଏ ତାହା ରୋଗର ସଙ୍କେତ ଦେଇଥାଏ । କିଛି ପୁରୁଷଙ୍କ କାନ ଓ ମହିଳାଙ୍କ ଥୋଡ଼ିରେ ଅସ୍ୱାଭାବିକ ଭାବେ କେଶ ଉଠିଥାଏ । ଯଦିଓ ଏହା ସେତେ ଗମ୍ଭୀର ନୁହେଁ ତେବେ, ମହିଳାଙ୍କ ପାଇଁ ଏହା ପୋଲିସିଷ୍ଟିକ ଓଭାରି ସିଣ୍ଡ୍ରୋମର ସଙ୍କେତ ଦେଇଥାଏ ।

୫- ସାଧାରଣତଃ ସର୍ଦ୍ଦି ସିଜିନରେ ଓଠ ଫାଟିବା ସହ ଶୁଷ୍କ ହୋଇଥାଏ । ତେଣୁ ଏଥିପାଇଁ ପେଟ୍ରୋଲିୟମ ଜେଲି, ନଡ଼ିଆ ତେଲ, ବାମ୍ ଆଦିରେ ମଶ୍ଚରାଇଜର କରାଯାଇଥାଏ । ଏହାଛଡ଼ା ଡିହାଇଡ୍ରେସନ, ଆଲର୍ଜି, ମେଡିସିନର ସାଇଡ ଇଫେକ୍ଟ ଦ୍ୱାରା ମଧ୍ୟ ଓଠ ଫାଟିବା ଦେଖାଯାଇଥାଏ ।

୬- କିଛି ଲୋକଙ୍କ ଶରୀରେ କଳାଜାଇ ବା ଧଳାଜାଇ ଜନ୍ମରୁ ରହିଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇ ନଥାଏ । ମାତ୍ର ଯଦି ତାହାର ରଙ୍ଗ ବା ଆକାରରେ ପରିବର୍ତ୍ତନ ଘଟେ ବା ଯନ୍ତ୍ରଣା ହୁଏ, ତେବେ ତାହା କ୍ୟାନ୍ସର ଲକ୍ଷଣ ହୋଇପାରେ । ତେଣୁ ଏ କ୍ଷେତ୍ରରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଦରକାର ।

୭- କିଛି ଲୋକଙ୍କ ମୁହଁରେ ବେଳେବେଳେ ଘା’ ହେଉଥିବାର ଦେଖାଯାଇଥାଏ । ଏହା ଏକ ସଂକ୍ରାମକ ରୋଗ, ଯାହାକି ଶରୀରରେ ତରଳ ପଦାର୍ଥ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ । ଏହି ଭାଇରସ୍ ଶରୀରରେ ନିଷ୍କ୍ରିୟ ଅବସ୍ଥାରେ ରହିଥାଏ, ମାତ୍ର ବ୍ୟକ୍ତି ଥକ୍କା ବା ରୋଗଗ୍ରସ୍ତ ଥିବା ସମୟରେ ତାହା ସକ୍ରିୟ ହୋଇ ଉଠିଥାଏ ।

୮- ଯଦି ଆପଣଙ୍କ ଆଖିପତା ଚାରିପାଖରେ ଧଲାଦାଗ ଦେଖାଯାଉଛି, ତେବେ ତାହା ଜାନଥେଲାସମା ରୋଗର ଲକ୍ଷଣ ଅଟେ । କୋଲେଷ୍ଟରଲର ମାତ୍ରା ଅଧିକ ହେବା କାରଣରୁ ଏପରି ହୋଇଥାଏ । ଏହି ରୋଗରେ ଯନ୍ତ୍ରଣା ହୋଇନଥାଏ ଓ ଔଷଧ ଦ୍ୱାରା ଏହାର ଉପଶମ କରାଯାଇଥାଏ । ବେଳେବେଳେ ଏହା ହୃଦରୋଗ ସମ୍ବନ୍ଧୀୟ ସମସ୍ୟାର ସଙ୍କେତ ଦେଇଥାଏ ।

Get real time updates directly on you device, subscribe now.