fbpx

କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା: ଆସିଲା ପୋଷ୍ଟମର୍ଟମ୍‌ ରିପୋର୍ଟ, ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ ପୂରା ଘଟଣା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ କମିଶନରେଟ ପୋଲିସ ପକ୍ଷରୁ ଏହାର ତଦନ୍ତ କାର୍ଯ୍ୟକୁ ଜୋର୍‌ଦାର୍‌ କରିଛି । ଏହାରି ଭିତରେ ପୋଲିସ ନିକଟରେ ପହଞ୍ଚିଛି ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ।

ତେବେ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ଯୁବକ ଜଣଙ୍କ ଭାତ ଖାଇଥିଲେ । ଯୁବକଙ୍କ ବୟସ ୧୮ରୁ ଅଧିକ ଏବଂ ୨୫ରୁ କମ୍‌ ବୋଲି ଜଣାପଡିଛି । ଯୁବକଙ୍କ ଉଚ୍ଚତା ୧୭୩ ସେ.ମି. । ୪/୫ ଦିନ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ତେବେ ଭିସେରା ରିପୋର୍ଟ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି । କିନ୍ତୁ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିନାହିଁ । ଭିସେରା ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଏମ୍ସ ଅଧୀକ୍ଷକ କହିଛନ୍ତି ।

କୁଆଖାଇ ନଦୀପଠାରୁ ଗତ ୨୨ ତାରିଖରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବାଲି ଭିତରେ ପୋତିହୋଇ ରହିଥିବା ବେଳେ ମୃତଦେହକୁ ଉଦ୍ଧାର କରିଥିଲା କମିଶନରେଟ୍‌ ପୋଲିସ । ଯୁବକଙ୍କ ଶରୀରର ଅନେକ ଅଂଶ ପଚି ଯାଇଥିବା ପ୍ରାଥମିକ ତଦନ୍ତ ବେଳେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.