fbpx

ଫୋନ ସହିତ କରୁଛନ୍ତି କି ଏହି ସମସ୍ତ ଭୁଲ୍: ସାବଧାନ, ଫାଟି ଯାଇପାରେ ବ୍ୟାଟେରୀ

ନୂଆଦିଲ୍ଳୀ: ମୋବାଇଲ ଫାଟିବା ଏକ ସାଧାରଣ ସମସ୍ୟା । ଆଜିକାଲି ଯୁବପିଢିଙ୍କ ଫୋନ ଫାଟୁଥିବା ବେଳେ ଏହାର ବିଭିନ୍ନ କାରଣ ରହିଛି । ଏହି ସମସ୍ୟାକୁ ନେଇ ମୋବାଇଲ କମ୍ପାନୀ ପକ୍ଷରୁ ସର୍ବଦା ଗ୍ରାହକଙ୍କୁ ଦୋଷାରୋପ କରାଯାଇଥାଏ । ତେବେ ବେଳେ ବେଳେ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ଫୋନ ହିଁ ଫାଟିଥାଏ । ଆସନ୍ତୁ ନଜର ପକାଇବା କେଉଁ ସବୁ କାରଣରୁ ଫୋନ୍ ଫାଟିଥାଏ ।

ଡିଭାଇସ ବା ବ୍ୟାଟେରୀ ଡ୍ୟାମେଜ୍: ବେଳେବେଳେ ଫୋନ ଆମ ହାତରୁ ପଡି ଯାଇଥାଏ । ଏହା ଦ୍ୱାରା ବ୍ୟାଟେରୀ ଭିତରୁ କ୍ଷତିଗ୍ରସ୍ତ ହୋଇଥାଏ । ଯଦି ବ୍ୟାଟେରୀ କ୍ଷତିଗ୍ରସ୍ତ ହୋଇଥାଏ ତେବେ ସର୍ଟସର୍କିଟ କାରଣରୁ ଏହା ଫୋନକୁ କ୍ଷତି କରିଥାଏ । ତେବେ ଯଦି ବ୍ୟାଟେରୀ ଫୁଲୁଛି ତାହେଲେ ଫାଟିବାର ସମ୍ଭାବନା ବଢି ଯାଇଥାଏ । ଏପରି ସ୍ଥିତିରେ ନିଜ ଫୋନ ସର୍ଭିସ ସେଣ୍ଟରରେ ଦେଖାନ୍ତୁ ।

ଅରିଜିନାଲ ଚାର୍ଜର ବ୍ୟବହାର: ବହୁତ ଲୋକ ଏମିତି ଥାନ୍ତି ଯେଉଁମାନେ ଅନ୍ୟ ଚାର୍ଜରରେ ଫୋନ ଚାର୍ଜ କରନ୍ତି । ଅନ୍ୟ ଚାର୍ଜର ବା ଡୁପ୍ଲିକେଟ ଚାର୍ଜର ବ୍ୟବହାର କରିବା ଦ୍ୱାରା ଫୋନର ବ୍ୟାଟେରୀ କ୍ଷତିଗ୍ରସ୍ତ ହୋଇଥାଏ । ଏପରି କରିବା ଦ୍ୱାରା ଫୋନର ଭିତରେ ଅଧିକ ଉତ୍ତାପ ସୃଷ୍ଟି ହୋଇଥାଏ ଏବଂ ଫୋନ ବିସ୍ଫୋରଣ ହେବାର ସମ୍ଭାବନା ବଢିଯାଇଥାଏ ।

ଫୋନ ପାଣିରେ ପଡିବା: ଯଦି ଫୋନ ପାଣିରେ ପଡିଯାଏ ତାହେଲେ ତାକୁ କିଛି ଲୋକ ଖରାରେ ଶୁଖାଇଥାନ୍ତି । ତେବେ ଖରାରେ ରଖିବା ଦ୍ୱାରା ବ୍ୟାଟେରୀ ଅଧିକ ଉତ୍ତପ୍ତ ହୋଇଥାଏ । ବ୍ୟାଟେରୀ ସେଲରେ ରହିଥିବା କାର୍ବନ ସେଲ ଉତ୍ତପ୍ତ ହୋଇ ଫାଟିବାର ସମ୍ଭାବନା ଥାଏ । ତେଣୁ ଫୋନକୁ କଦାପି ଖରାରେ ଶୁଖାନ୍ତୁ ନାହିଁ ।

ପ୍ରସେସର ଓଭରଲୋଡ: ଫୋନର ପ୍ରସେସର ଉପରେ ଅଧିକ ଚାପ ମଧ୍ୟ ଫୋନ ଫାଟିବାର ଆଉ ଏକ କାରଣ । ଅଧିକ ଗେମ ଏବଂ ଅନାବଶ୍ୟକ ଆପ ଗୁଡିକ ଦ୍ୱାରା ଫୋନର ପ୍ରସେସର ଧୀମା ହୋଇଥାଏ । ଏପରିକି ଅଧିକ ଚାପ ଦ୍ୱାରା ଫୋନ ଗରମ ହୋଇ ଫାଟିବାର ସମ୍ଭାବନା ବଢିଯାଇଥାଏ ।

Get real time updates directly on you device, subscribe now.