fbpx

(Video) ବହିରେ, ଖାତାରେ, ଛାତରେ, ହେଲମେଟରେ, ରାସ୍ତାରେ ସବୁଠି ତୋ ନାଁ: ନିଶାଙ୍କ ପ୍ରେମରେ ଏମିତି ପାଗଳ ହେଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନର ଡିଜିଟାଲ ଯୁଗରେ ଅନେକ ବ୍ୟକ୍ତି ରାତାରାତି ସୋସିଆଲ ମିଡ଼ିଆ ମାଧ୍ୟମରେ ହିରୋ ପାଲଟି ଯାଉଛନ୍ତି । ସେହିପରି ଜଣେ ବ୍ୟକ୍ତିତ୍ୱର ଅଧିକାରିଣୀ ହେଉଛନ୍ତି ଅଭିନେତ୍ରୀ ନିଶା ମହାରଣା । ଖୁବ୍ କମ୍ ଦିନ ମଧ୍ୟରେ ନିଶା ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ ହୋଇ ପାରିଛନ୍ତି । ଗତ ୮ ତାରିଖରେ ହୋଲି ଅବସରରେ ନିଶା ପ୍ରଦେଶ କଂଗ୍ରେସ ଭବନରେ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଓ ଅନ୍ୟ ନେତାଙ୍କ ସହ ହୋଲି ମନାଇଥିଲେ ।

ତେବେ ନିଶାଙ୍କୁ ନେଇ ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ବଡ଼ ଖବର । କେନ୍ଦ୍ରାପଡ଼ାର ଝିଅ ନିଶାଙ୍କୁ ପ୍ରେମରେ ପାଗଳ ହୋଇଯାଇଛନ୍ତି ଜଣେ ଯୁବକ । କାନ୍ଥ, ବାଡ଼ ସବୁଠି ସେ ନିଶାଙ୍କ ନାମ ଲେଖିଦେଇଛନ୍ତି । ଖାଲି ସେତିକି ନୁହେଁ ବହି, ଖାତା, ରାସ୍ତା ହେଲମେଟ, ଖାଇବା ପ୍ଲେଟ୍, ପାଣି ବୋତଲ ଉପରେ ମଧ୍ୟ ନିଶାଙ୍କ ନାଁ ଦେଖିବାକୁ ମିଳିଛି । ନିଜର ବୋଲ୍ଡ ଅନ୍ଦାଜ ପାଇଁ ସମସ୍ତଙ୍କର ପ୍ରିୟ ପାଲଟିଥିବା ନିଶା ଆଜି ଏହି ଯୁବକଙ୍କୁ ସତସତିକା ବୋଲ୍ଡ କରିଦେଇଛନ୍ତି । ନିଶାକୁ ନେଇ ଏହି ଜଣେ ଯୁବକଙ୍କ କରିଥିବା ଏକ ରିଲ୍ସ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଯୁବକ ଜଣଙ୍କ ନିଶାଙ୍କ ପାଇଁ ଏତେମାତ୍ରାରେ ପାଗଳ ହୋଇଉଠିଛନ୍ତି ଯେ, ଯୁଆଡ଼େ ଦେଖିଲେ ଖାଲି ନିଶା…ନିଶା… ଆଉ ନିଶା । ସେଥିପାଇଁ ତ ପୁରୁଣା ଗୀତରେ ଏକ ନିଆରା ଅନ୍ଦାଜରେ ଏହି ପ୍ରେମୀ ଜଣଙ୍କ ଏକାଧିକ ପୋଜ୍ ଦେଇଛନ୍ତି । ସାଧାରଣ ଭାବେ ପ୍ରତ୍ୟେକ ସେଲିବ୍ରେଟିଙ୍କର ଡିପ୍ ହାର୍ଟ ଫ୍ୟାନ୍ସ ରହିଥାନ୍ତି । ମାତ୍ର ନିଶାଙ୍କର ଏଭଳି ଫ୍ୟାନ ରହିଛନ୍ତି ଏହା ବୋଧହୁଏ ନିଶା ଜାଣିନଥିବେ । ନିଶାଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଏହି ହିରୋଙ୍କର ରିଲ୍ସକୁ କିନ୍ତୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.