fbpx

ସ୍ତ୍ରୀ ନାଁରେ ଚୋରି ମାମଲା ରୁଜୁ ନକରିବାରୁ ଟାୱାର ଉପରେ ଚଢ଼ିଗଲା ସ୍ୱାମୀ: ପୋଲିସ କଲା ଏପରି କାମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡୱାରେ ରବିବାର ଦିନ ସନ୍ଧ୍ୟାରେ ଜଣେ ଯୁବକ କୋତୱାଲି ଥାନା ପରିସରରେ ଥିବା ମୋବାଇଲ ଟାୱାର ଉପରେ ଚଢ଼ିଯାଇଥିବା ଖବର ସାମ୍ନାକୁ ଆସିଛି । ଟାୱାର ଉପରେ ଚଢ଼ିଯାଇଥିବା ବ୍ୟକ୍ତି ଅଭିଯୋଗ କରିଥିଲେ କି, ପୋଲିସ ତାଙ୍କ ପତ୍ନୀ ବିରୋଧରେ ମାମଲା ରୁଜୁ କରୁନି । ଯେଉଁଥିରେ ରାଗିଯାଇ ସେ ଟାୱାର ଉପରେ ଚଢ଼ିଯାଇଥିଲେ । ଅବଶ୍ୟ ଓକିଲ ଓ ପୋଲିସ ଅନେକ ବୁଝାଇବା ପରେ ବ୍ୟକ୍ତି ଜଣକ ଟାୱାର ଉପରୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ।

ତେବେ ବ୍ୟକ୍ତିିଙ୍କ ପତ୍ନୀ ଯୌତୁକ ନିର୍ଯାତନା ତଥା ପାରିବାରିକ ହିଂସା ଘଟଣାରେ କୋତୱାଲି ଥାନାରେ ଅଭିଯୋଗ କରିଥିଲେ । ଫଳରେ ଏହି ମାମଲାରେ ପତି -ପତ୍ନୀଙ୍କ ବୟାନ ନେବାକୁ ପୋଲିସ ସେମାନଙ୍କୁ ଥାନାକୁ ଡାକିଥିଲା । ବୟାନ ପରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଜିଦ୍ ଧରିଥିଲେ । କିନ୍ତୁ ପୋଲିସ ତାଙ୍କ କଥା ନଶୁଣିବାରୁ ସେ ଟାୱାର ଉପରେ ଚଢ଼ିଯାଇଥିଲେ ।

ସୂଚନା ଅନୁସାରେ, ସୁରଜକୁଣ୍ଡର ବାସିନ୍ଦା ଅରୁଣ ମିଶ୍ର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଘରୋଇ ବିବାଦ ଆରମ୍ଭ ହୋଇଥିଲା । ଫଳରେ ଅରୁଣଙ୍କ ପତ୍ନୀ ନିଜ ସ୍ୱାମୀ ନାଁରେ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ । ଅନ୍ୟପଟେ ଅରୁଣ ମଧ୍ୟ ନିଜ ସ୍ତ୍ରୀ ନାଁରେ ଚୋରି କରିବା ଓ ଅନ୍ୟ ସହ ଶାରୀରିକ ସମ୍ପର୍କ ରଖିଥିବାର ଅଭିଯୋଗ କରିଥିଲେ । ନିଜ ପତ୍ନୀ ନାଁରେ ଚୋରିର ଏଫଆଇଆର ଲେଖିବାକୁ ଜିଦ୍ ଧରିଥିଲେ ଅରୁଣ । ପୋଲିସ ଚୋରି ଜିନିଷର ବିଲ୍ ମାଗିବାରୁ ସେ ପୋଲିସ ଉପରେ ହିଁ ରାଗିିଯାଇଥିଲେ । ଏହା ପରେ ସେ ରାଗିଯାଇ ଥାନା ପରିସରରେ ଥିବା ମୋବାଇଲ ଟାୱାର ଉପରେ ଚଢ଼ିଯାଇଥିଲେ ।

ସ୍ୱାମୀ ଅରୁଣ କହିଛନ୍ତି ଯେ, ସେ ଖଣ୍ଡୱାର ସୁରଜ କୁଣ୍ଡର ବାସିନ୍ଦା ଓ ଗୋଆରେ ଶ୍ରମିକ ଭାବେ କାମ କରୁଥିଲେ । ଯେତେବେଳେ ସେ ଘରେ ନଥିଲେ, ତାଙ୍କ ପତ୍ନୀ ଅନ୍ୟ ଜଣେ ଯୁବକଙ୍କ ସହ ପଳାଇଥିଲେ ଓ ସାଙ୍ଗରେ ଘରର ସମସ୍ତ ଜିନିଷ ନେଇଯାଇଥିଲେ । ସେ ଏହାକୁ ନେଇ ଅଭିଯୋଗ କରିବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲା । ଏଥିରେ ରାଗିଯାଇ ଅରୁଣ ଟାୱାର ଉପରେ ଚଢ଼ିଯାଇଥିବା ବେଳେ ପୋଲିସ ଓ ଓକିଲ ଅନେକ ବୁଝାଶୁଝା କରି ତାଙ୍କୁ ତଳକୁ ଆଣିଥିଲେ ।

Get real time updates directly on you device, subscribe now.