fbpx
BJD SKY
BJD SKY

ବିବାହ ଲାଗି ପରିବାର ଲୋକେ ରାଜି ନହେବାରୁ ଆତ୍ମହତ୍ୟା କଲେ ଯୁବକ-ଯୁବତୀ

BJD

ଦଶମନ୍ତପୁର: (ଓଡ଼ିଶା ଭାସ୍କର) ଦଶମନ୍ତପୁର ଥାନା ଝଡ଼ିପାଇ ଗାଁରେ ଅଘଟଣ । ଗଛରୁ ଉଦ୍ଧାର ହେଲା ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ । ଦଶମନ୍ତପୁର ଥାନା ଝଡ଼ିପାଇ ଗାଁର ଆମ୍ବତୋଟାରୁ ଉଦ୍ଧାର ହେଲା ମୃତଦେହ । ଯୁବତୀଙ୍କ ଓଢଣୀରେ ଝୁଲୁଥିଲା ଦୁଇ ଜଣଙ୍କ ମୃତଦେହ । ଉଭୟ ଯୁବକ-ଯୁବକ ଝଡ଼ିପାଇ ଗାଁର ହୋଇଥିବା ଜଣା ଯାଇଛି ।

ଦୁଇ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ସୂଚନା ରହିଛି । ବିବାହ ଲାଗି ପରିବାର ଲୋକେ ରାଜି ନହେବାରୁ ଆତ୍ମହତ୍ୟା ସନ୍ଦେହ କରାଯାଉଛି । ଏନେଇ ଦଶମନ୍ତପୁର ଥାନା ପୋଲିସକୁ ଖବର ହୋଇଛି । ଘଟଣା ସ୍ଥଳରେ ଦଶମନ୍ତପୁର ଥାନା ପୋଲିସ ପହଁଛି ତଦନ୍ତ କରୁଛି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ଲାଗି ଉଦ୍ଧାର ହୋଇଥିବା ଶବ ବ୍ୟବଛେଦ ପାଇଁ ପଠାଯାଇଥିବା ସୂଚନା।

Get real time updates directly on you device, subscribe now.