fbpx

ଭାରତୀୟ ସେନାରେ ଏହି ଡିଗ୍ରୀଧାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ: ଜାଣନ୍ତୁ କିପରି ହେବ ସିଲେକଶନ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଅନେକ ସମୟରେ ବିଭିନ୍ନ ପଦରେ ନିଯୁକ୍ତି ସୁଯୋଗ ଆସିଥାଏ । ତେବେ ସେନାରେ ସମୟ ସମୟରେ ବିଟେକ ଏବଂ ବିଇ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ବାହାରିଥାଏ । ତେବେ ସେନାରେ ପ୍ରି-ଫାଇନାଲ ଇୟର ୟୁନିଭର୍ସିଟି ସ୍କିମ ଅଧୀନରେ ସେନାରେ ସ୍ଥାୟୀ କମିଶନ ଚାକିରୀ ଉପଲବ୍ଧ ଥାଏ ଯାହା ଅଧୀନରେ ଇଞ୍ଚିନିୟରିଂରେ ସ୍ନାତକ କରୁଥିବା ଛାତ୍ରମାନେ ମଧ୍ୟ ଆବେଦନ କରିପାରିବେ । ତେବେ ବିଶେଷ କଥା ହେଉଛି ଏହା ଅଧୀନରେ ତାଙ୍କର ସ୍ନାତକ କରିବା ସମୟରେ ଅର୍ଥାତ ତୃତୀୟ ବର୍ଷରେ ମଧ୍ୟ ଆବେଦନ କରିପାରିବେ । କ’ଣ ଆପଣ ଜାଣନ୍ତି କି କେଉଁ ଇଞ୍ଜିନିଅରିଂ ଷ୍ଟ୍ରିମରେ ଅଧିକାଂଶ ଚାକିରୀ ସେନାରେ ଉପଲବ୍ଧ? ଆସନ୍ତୁ ଏ ବାବଦରେ ଜାଣିବା ।

ଭାରତୀୟ ସେନାରେ ଆଗରୁ ସିଭିଲ ମେକାନିକାଲ ଏବଂ ଇଲେକଟ୍ରୋନିକ ବ୍ୟତୀତ କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଟେକ୍ନୋଲୋଜି, ଇନଫର୍ମେଶନ ଟେକ୍ନୋଲୋଜି, MSc କମ୍ପ୍ୟୁଟର ସାଇନ୍ସ ସାଟେଲାଇଟ କମ୍ୟୁନିକେଶନ, ଟେଲି କମ୍ୟୁନିକେଶନ, ଇକ୍ଟ୍ରେନିକ ଆଣ୍ଡ ଇନଷ୍ଟ୍ରୁମେଶନ ଆଦି ବିଭାଗରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରି ସାରିଛି । ତେବେ ଏହା ଆଧାରରେ ଯଦି ଆପଣ ଦ୍ୱାଦଶ ପରେ B.Tech କିମ୍ବା BEରେ ଆଡ଼ମିଶନ ନେଉଛନ୍ତି ତେବେ ଆପଣ ସହଜରେ ସେନାରେ ଚାକିରୀ ପାଇପାରିବେ ।

ତେବେ ନିଯୁକ୍ତି ପାଇଁ ବାହାରିଥିବା ବିଜ୍ଞପ୍ତିରେ ମୋଟ ୩୦ଟି ପଦବୀରୁ ୭ଟି ପଦବୀ କେବଳ ସିଭିଲ ଇଞ୍ଜିନିଅରଙ୍କ ପାଇଁ ବାହାରିଥିଲା । ପ୍ରି ଫାଇନାଲ ଯୁନିଭର୍ସିଟି ସ୍କିମ ଅନୁଯାୟୀ, ଭାରତୀୟ ସେନାରେ ଭର୍ତ୍ତି ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଆବେଦନ ପତ୍ର କମାଣ୍ଡ ମୁଖ୍ୟାଳୟକୁ ପଠାଯାଇଥାଏ । ଏହା ପରେ ଆଶାୟୀ ପ୍ରାର୍ଥୀମାନଙ୍କର ଏକ ସ୍କ୍ରିନିଙ୍ଗ ଟେଷ୍ଟ ହୋଇଥାଏ ।ଏହା ପରେ ପ୍ରାର୍ଥୀମାନଙ୍କ ପ୍ରି-ଇଣ୍ଟରଭିୟୁ ପାଇଁ ଏକ ଟିମ ଗଠନ କରାଯାଇଥାଏ । ଏହା ପରେ ସେନା ଚୟନ କେନ୍ଦ୍ର ଆହ୍ଲାବାଦ, ଭୋପାଳ, ବେଙ୍ଗାଲୁରୁ, କପୁରଥାଲାରେ ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କର ସାକ୍ଷାତକାର ନିଆଯାଇଥାଏ । ଚୟନ ପରେ ପ୍ରଥମ ପଦବୀ ଲେଫ୍ଟନାଣ୍ଟଙ୍କୁ ଦିଆଯାଇଥାଏ ଏବଂ ଅଭିଜ୍ଞତା ଆଧାରରେ ର୍ୟାଙ୍କ ବଢ଼ିଥାଏ ।

ତେବେ ଏହି ପଦବୀ ପାଇଁ ପ୍ରାର୍ଥୀଙ୍କର ଦରମା ୭୦,୦୦୦ ଟଙ୍କା ରହିଥିବା ବେଳେ ଚିକିତ୍ସା ସୁବିଧା ମଧ୍ୟ ପ୍ରାର୍ଥୀମାନଙ୍କୁ ମିଳିଥାଏ । ତେବେ ଏହି ପଦବୀ ପାଇଁ ପ୍ରାର୍ଥୀମାନଙ୍କ ସର୍ବନିମ୍ନ ବୟସ୧୮ ବର୍ଷ ରଖାଯାଇଛି । ଏହା ସହିତ ସର୍ବାଧୀକ ବୟସସୀମା ୨୪ ବର୍ଷ ରଖାଯାଇଛି । ଏହା ସହିତ ପ୍ରାର୍ଥୀଙ୍କ ଉଚ୍ଚତା ୧୫୭.୫ ମିଟର ରହିବା ଉଚିତ ।

Get real time updates directly on you device, subscribe now.