fbpx
BJD SKY
BJD SKY

ବୃଦ୍ଧ ପିତା-ମାତା ରୋଜଗାର କରୁଥିଲେ ବି ସେମାନଙ୍କର ଭରଣପୋଷଣ କରିବା ପୁଅର କର୍ତ୍ତବ୍ୟ: ହାଇକୋର୍ଟ

BJD

ନୂଆଦିଲ୍ଲୀ: ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି ଯେ, ଯଦି ପିତାଙ୍କର ଯଦି କୌଣସି ରୋଜଗାରର ଉତ୍ସ ଥାଏ, ତେବେ ବି ବୃଦ୍ଧ ମା ଏବଂ ପିତାଙ୍କର ଭରଣପୋଷଣ କରିବା ପୁଅର ପବିତ୍ର କର୍ତ୍ତବ୍ୟ । ଜଷ୍ଟିସ ସୁଭାଷ ।ନ୍ଦ ଏହି ମନ୍ତବ୍ୟ ଦେଇ ଫ୍ୟାମିଲି କୋର୍ଟଙ୍କ ଆଦେଶ ବିରୋଧରେ ପୁଅର ପୁନରିକ୍ଷଣ ଆବେଦନକୁ ଖାରଜ କରି ଏହି ଟିପ୍ପଣୀ ଦେଇଛନ୍ତି ଏବଂ ପିତାଙ୍କୁ ମାସିକ ୩୦୦୦ ଟଙ୍କା ଦେବାର ଆଦେଶକୁ ସମର୍ଥନ କରିଛନ୍ତି ।

ପୁଅର କହିବା ମୁତାବକ, ପିତା ତାଙ୍କ କୃଷି ସମ୍ପତ୍ତିରୁ ଚଳିପାରିବେ । କୋର୍ଟ ଏହି ଯୁକ୍ତିକୁ ଖାରଜ କରିଛନ୍ତି । ହିନ୍ଦୁ ଧର୍ମରେ ଉଲ୍ଲେଖ କରାଯାଇଥିବା ପିତାମାତାଙ୍କ ମହତ୍ତ୍ୱକୁ ରେଖାଙ୍କିତ କରି ନିଜ ଆଦେଶରେ କୋର୍ଟ କହିଛନ୍ତି ଯେ, ଯଦି ଆପଣଙ୍କ ପିତାମାତା ଦୁଃଖୀ ଅଛନ୍ତି ତେବେ ଆପଣ ମଧ୍ୟ ଦୁଃଖ ଅନୁଭବ କରିବେ । ପିତା ହେଉଛନ୍ତି ଭଗବାନ ଏବଂ ମାତା ପ୍ରକୃତି । ସେମାନେ ମଞ୍ଜି ଏବଂ ତୁମେ ଗଛ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୁଏ, ତା’ଉପରେ ପିତାମାତାଙ୍କର ଆଧ୍ୟାତ୍ମିକ ଋଣ ରହିଥାଏ, ଯାହାକୁ ପରିଶୋଧ କରିବା ପୁଅର କର୍ତ୍ତବ୍ୟ ।

ଏହି ମାମଲା କୋଡରମା ଜିଲ୍ଲାର ମରକଚ୍ଚୋ ଥାନା ଅର୍ନ୍ତଗତ ଜାଦୁ ଗାଁର ବୋଲି ଜଣାପଡିଛି । ସେହି ଗାଁରେ ଦେବକୀ ସାହୁଙ୍କର ୨ଟି ପୁଅ ଥିବା ବେଳେ ଉଭୟ ନିଜ ନିଜ ଜମିରେ ଚାଷ କରି ଚଳୁଛନ୍ତି । କିନ୍ତୁ ଛୋଟ ପୁଅ ମନୋଜ ଝଗଡା କରିବା ସ୍ୱାଭବର ଓ ସେ ସବୁବେଳେ ମାରପିଟ୍ କରୁଛନ୍ତି । ଏଥିପାଇଁ ସେ ୧୫ ବର୍ଷରୁ ନିଜ ବଡ ପୁଅ ପ୍ରଦୀପ କୁମାର ସହ ରହୁଛନ୍ତି, କିନ୍ତୁ ତାଙ୍କ ସାନ ପୁଅ ମନୋଜ ତାଙ୍କର ଭରଣପୋଷଣ କରୁନାହାଁନ୍ତି ଓ ସେ ଅଲଗା ରହୁଛନ୍ତି । ସେ ଚାଷରୁ ବର୍ଷକୁ ପ୍ରାୟ ୨ ଲକ୍ଷ ଟଙ୍କା ରୋଜଗାର କରିବା ସହ ଗାଁରେ ଥିବା ରାସନ ଦୋକାନରୁ ଭଲ ଆୟ କରୁଛନ୍ତି । କିନ୍ତୁ ଆମର ଭରଣପୋଷଣ କରୁନି ବୋଲି ବାପା-ମା ଅଭିଯୋଗ କରିଛନ୍ତି । ଏହା ପରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି ।

Get real time updates directly on you device, subscribe now.