fbpx
BSKY
BJD SHG SKY
BJD MC SKY

ଚୀନର ଚେତାବନୀକୁ ଫୁ; ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ କଲା ତାଇୱାନ

ଓଡ଼ିଶା ଭାସ୍କର: ତାଇୱାନ (ରିପବ୍ଲିକ୍ ଅଫ୍ ଚାଇନା)ରେ ଆଜି ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଶନିବାର ଦେଶର ୧.୯୫ କୋଟି ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ବର୍ତ୍ତମାନର ରାଷ୍ଟ୍ରପତି ସାଇ ଇଙ୍ଗ୍ ୱେନ୍ ତାଙ୍କର ଦୁଇ କାର୍ଯ୍ୟକାଳ ପୂରଣ କରିଥିବାରୁ ଏହି ନିର୍ବାଚନ ଦେଶକୁ ନୂଆ ରାଷ୍ଟ୍ରପତି ଦେବା ନିଶ୍ଚିତ ।

ନିୟମ ଅନୁଯାୟୀ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇପାରିବେ ନାହିଁ । ଶାସକ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଡିପିପି) ଗତ ବର୍ଷ ଏପ୍ରିଲମାସରେ ଘୋଷଣା କରିଥିଲା ଯେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଏହାର ନୂତନ ସଭାପତି ତଥା ବର୍ତ୍ତମାନର ଉପରାଷ୍ଟ୍ରପତି ୱିଲିୟମ୍ ଲାଇ ପ୍ରାର୍ଥୀ ହେବେ। ତାଙ୍କୁ ତାଇଓ୍ଵାନର ସ୍ୱାଧୀନତାର କଠୋର ସମର୍ଥକ ଭାବେ ବିବେଚନା କରାଯାଏ ।

ବିରୋଧୀ ଦଳ କୁଓମିଣ୍ଟାଙ୍ଗ (କେଏମଟି) ନୂଆ ତାଇପେ ମେୟର ହଉ ୟୁ-ଇହଙ୍କୁ ପ୍ରାର୍ଥୀ କରିଛି । ହୋଉ ୟୁ-ଇହ ଚୀନ୍ ସହ ଘନିଷ୍ଠ ସମ୍ପର୍କ ସପକ୍ଷରେ ଅଛନ୍ତି । ତେବେ ତାଙ୍କ ଦଳ ଏହାକୁ ଚୀନ୍ ସମର୍ଥକ ବୋଲି ଅସ୍ୱୀକାର କରିଛି ।

କେଏମଟି ଆଜିର ଭୋଟ୍ କୁ ଶାନ୍ତି ଶୃଙ୍ଖଳା ମଧ୍ୟରେ କରାଯିବା ନେଇ କୁହାଯାଇଛି । ସେପଟେ ଅନ୍ୟ ଏକ ଦଳ ତାଇୱାନ ପିପୁଲ୍ସ ପାର୍ଟି (ଟିପିପି) କୋ ୱେନ୍-ଜେଙ୍କୁ ପ୍ରାର୍ଥୀ କରିଛି । ଏହାର ୪ ମାସ ପରେ ମେ ୨୦ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ତାଇୱାନର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.