fbpx

ମାତ୍ର ୧ ଟଙ୍କାରେ ମିଳୁଛି ପେଟପୁରା ଖାଇବା! ଜାଣନ୍ତୁ କେଉଁଠି ମିଳୁଛି ଏପରି ସୁବିଧା

ନୂଆଦିଲ୍ଲୀ: ମାତ୍ର ୧ ଟଙ୍କାରେ ମିଳିବ ପେଟପୁରା ଖାଇବା । ବିଶ୍ୱାସ ହେଉ ନଥିଲେ ବି କଥାଟି ସତ । ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ରହିଛି ଏପରି ଏକ ସ୍ଥାନ ଯେଉଁଠାରେ ମିଳୁଛି ଏପରି ଖାଇବା । ତେବେ ଏହାର ନାମ ‘ବାବା କୀ ରଷୋଇ’ ରହିଛି । ତେବେ ଏହି ରୋଷଶାଳା ଡେରାଡୁନର ପ୍ରେମନଗର ସ୍ଥିତ ଏକ ସାଇମନ୍ଦିରରେ ରହିଛି । ଏଠାରେ କୌଣସି ବ୍ୟକ୍ତି ଦ୍ୱିପ୍ରହର ୧ଟା ରୁ ୩ଟା ଭିତରେ ଆସିଲେ ତାଙ୍କୁ ୧ଟଙ୍କାରେ ପେଟଭରା ଖାଇବା ମିଳିବ । ତେବେ ବିଶେଷ କରି ଗୁରୁବାର ଦିନ ଦ୍ୱିପ୍ରହର ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିଛି । ତେବେ ଏହି ସେବା ସମାଜସେବା ଶିରଡ଼ି ମଙ୍ଗଳ ଧାମ ସଂସ୍ଥା ତରଫରୁ କରାଯାଉଛି ।

ଏହି ମନ୍ଦିରର ସ୍ଥାପନା ୨୦୦୫ ମସିହାରେ କରାଯାଇଥିଲା । ତେବେ ଏହି ସଂସ୍ଥାର ଆୟୋଜନ ଅନେକ ଦିନ ହେବ ତାଙ୍କରି ସଂସ୍ଥା ମାଧ୍ୟମରେ କରାଯାଉତିବା କହିଛନ୍ତି ଶିରିଡ଼ି ମଙ୍ଗଳ ଧାମ ସଂସ୍ଥାର ଜଣେ ସଦସ୍ୟ । କିନ୍ତୁ କିଛି ଲୋକ ବିନା ମୂଲ୍ୟରେ ଖାଦ୍ୟ ଖାଇବାକୁ ଲାଜ କରିଥାନ୍ତି । ତେବେ ସେମାନଙ୍କ ପାଇଁ ପେଟପୁରା ଖାଦ୍ୟ ଖାଇବା ପାଇଁ ସେମାନଙ୍କୁ ୧ଟଙ୍କା ଦେୟ ରଖାଯାଇଛି ।

ଏହା ସହିତ ସଂସ୍ଥା ଦ୍ୱାରା ମନ୍ଦିରରେ କୌଣସି ବ୍ୟକ୍ତିଙ୍କୁ ଦାନ କରିବାକୁ ବାରଣ କରାଯାଇଛି । ତେବେ ସେମାନଦଙ୍କ କହିବା ଅନୁଯାୟୀ ମନ୍ଦିରରେ ଟଙ୍କା ଦାନ ନକରି ଅନ୍ନ ଦାନ କରନ୍ତୁ ଯାହା ଦ୍ୱାରା ଲୋକେ ଭୋକରେ ନରୁହନ୍ତୁ ।

Get real time updates directly on you device, subscribe now.