fbpx
BSKY
BJD SHG SKY
BJD MC SKY

ପୁଣି ଥରିଲା ଭାରତ: ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା, ଜାଣନ୍ତୁ କେତେ ତୀବ୍ରତା

ନୂଆଦିଲ୍ଲୀ: ପୁଣି ଥରେ ଭାରତରେ ଭୂକମ୍ପ ଝଟକା । ଶନିବାର ଦ୍ୱିପହର ହିମାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୧ ବୋଲି ମାପ କରାଯାଇଛି । ଶନିବାର ଦ୍ୱିପହର ୧:୧୬ ରେ ଘଟିଥିବା ୩.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପର କେନ୍ଦ୍ର ଚାମ୍ବା ଅଞ୍ଚଳରେ ୯ କିଲୋମିଟର ଗଭୀରତାରେ ଥିଲା । ତେବେ ଦୁଇ ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ନିକଟରେ ଜାନୁଆରୀ ୧୧ ରେ ଭାରତ ଏବଂ ପାକିସ୍ତାନର ଅନେକ ସହରରେ ୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ପଡୋଶୀ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଥିଲା । ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପର କମ୍ପନ ଦିଲ୍ଲୀ-ଏନସିଆର, କାଶ୍ମୀର ଏବଂ ପଞ୍ଜାବରେ ମଧ୍ୟ ଅନୁଭୂତ ହୋଇଥିଲା । ଗୁରୁବାର ଅପରାହ୍ନ ୨:୨୦ ସମୟରେ ଘଟିଥିବା ୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ଅଞ୍ଚଳରେ ୨୧୩ କିଲୋମିଟର ଗଭୀରରେ ଥିଲା ।

ପାକିସ୍ତାନରେ ଇସଲାମାବାଦ, ଲାହୋର ଏବଂ ଏହାର ଆଖପାଖ ଅଞ୍ଚଳରେ ଏବଂ ଖାଇବର ପାଖ୍ଟନଖୱା ଅଞ୍ଚଳର କିଛି ଅଂଶରେ କମ୍ପନ ଅନୁଭୂତ ହୋଇଥିଲା । ପଞ୍ଜାବର ସରଗୋଧା, ଖୁସାବ ଏବଂ ମାଣ୍ଡି ବାହାଉଦ୍ଦିନ, ଭକ୍କର ଏବଂ ନୋଶେରା ଏବଂ ଆଖପାଖରେ କମ୍ପନ ଅନୁଭୂତ ହୋଇଥିଲା । ପାକିସ୍ତାନ ଦଖଲ କରିଥିବା ମୁଜାଫରବାଦରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.