କଟକ: ଦିନ ଦ୍ବିପହରେ ଯୁବକଙ୍କୁ ଗଳା କାଟି ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକର ସିଡିଏ ମାର୍କେଟ କମ୍ପ୍ଲେକ୍ସଠାରେ। କିଏ କଲା କାହିଁକି କଲା କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।
ସବୁଦିନ ଏହିପରି ଘଟଣା ଟିଭି ହେଉ କିମ୍ବା ଖବରକାଗଜ ସବୁଥିରେ ଦେଖିବାକୁ ମିଳୁଛି। ଆଜି ମଧ୍ୟ ସେହିପରି ଘଟଣା କଟକରେ ଦେଖିବାକୁ ମିଳିଛି।
ଦିନ ଦ୍ବିପହରେ ବି ହତ୍ୟା କରିବାକୁ ଲୋକଙ୍କୁ ଡର ଲାଗୁନାହିଁ। ସମସ୍ତଙ୍କ ସମ୍ମୁଖରେ ଦିନ ଦ୍ବିପହରେ ଯୁବକଙ୍କ ଗଳା କାଟି ହତ୍ୟା କରିଦେଲେ ଦୁର୍ବୁତ୍ତ। ଏହି ଘଟଣା ପୋଲିସ ନିକଟରେ ପହଞ୍ଚିବା ପରେ ପୋଲିସ ଏହାର ତଦନ୍ତ କରୁଛି।