ଚେନ୍ନାଇ: YouTube ଡାଏଟ୍ ସାଜିଲା କାଳ। ଫଳ ରସ ନେଇଗଲା ନାବାଳକ ଜୀବନ। ୟୁଟ୍ୟୁବ ଦେଖି ଜଣେ ୧୭ ବର୍ଷୀୟ ବାଳକ ଡାଏଟିଙ୍ଗ କରୁଥିଲେ। ଆଉ ପ୍ରତ୍ୟେକ ଦିନ ଫଳରସ ପିଇ ରହୁଥିଲେ। କିନ୍ତୁ ଏହି ଡାଇଟ୍ ତାଙ୍କ ଜୀବନ ନେଇଯିବ ବୋଲି କେହି କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ।
ପାଖାପାଖି ୩ ମାସ ହେବ ସେ ୟୁଟ୍ୟୁବ ଦେଖି ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର କୋଲାଚେଲର ଜଣେ ୧୭ ବର୍ଷୀୟ ବାଳକ ଏହି ଡାଇଟ୍ କରୁଥିବା ପରିବାର ଲୋକ କହିଛନ୍ତି।
ହେଲେ ଗୁରୁବାର ଦିନ ହଠାତ୍ ଘରେ ଥିବା ସମୟରେ ୧୭ ବର୍ଷୀୟ ଶକ୍ତିଶ୍ୱରେନଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଆଉ ସେ ତଳେ ପଡିଯାଇଥିଲେ।
ପରେ ପରିବାର ଲୋକ ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୁଅର ଏପରି ହଠାତ୍ ମୃତ୍ୟୁ ପଛରେ ତାଙ୍କର ୟୁଟ୍ୟୁବ ଡାଏଟ୍ ହିଁ ଦାୟୀ ବୋଲି ପରିବାର ଲୋକ କହିଛନ୍ତି।
କାରଣ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ହେଲେ ହଠାତ୍ ଏପରି କାହିଁକି ହେଲା ସେ କଥା କେହି ଜାଣିପାରୁନାହିଁନ୍ତି। ଘଟଣାସମ୍ପର୍କରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଆଉ ପରିବାର ଲୋକଙ୍କୁ ପଚରା ଉଚାର ସମୟରେ ଜାଣିବାକୁ ପାଇଛି କି , ମୃତ ନାବାଳକ ଜଣକ ୩ ମାସ ହେବ ୟୁଟ୍ୟୁବ ଦେକି ଡାଏଟ୍ କରୁଥିଲେ। ଉପଯୁକ୍ତ ଖାଦ୍ୟ ଖାଇବା ବଦଳରେ ଫଳ ରସ ପିଇ ରହୁଥିଲେ।
କେବଳ ସେତିକି ନୁହେଁ କୌଣସି ଡାକ୍ତର କିମ୍ୱା ପୁଷ୍ଟିକର ବିଶେଷଜ୍ଞଙ୍କ ବିନା ପରାମର୍ଶରେ ସେ କିଛି ଔଷଧ ଖାଉଥିଲେ ଆଉ ବ୍ୟାୟାମ ମଧ୍ୟ କରୁଥିଲେ।
ତେବେ ନାବାଳକର ମୃତ୍ୟୁ ପଛରେ କିଏ ଦାୟୀ? ଅନଲାଇନ୍ ଡାଏଟ୍ ନାଁ ଆଉ କିଛି ତାହା ତ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ।