fbpx
BJD
BJD SKY
BJD SKY

ଇମ୍ରାନ ଖାନ୍ ଗିରଫ:facebook, Twitter ଠାରୁ ଆରମ୍ଭ କରି Youtube ସବୁ ଉପରେ ପ୍ରତିବନ୍ଧକ; ସମଗ୍ର ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ

BJD

ଇସଲାମାବାଦ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ ହୋଇଛନ୍ତି। ଆଉ ଏହା ପରେ ପାକିସ୍ତାନରେ ବଡ଼ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଇଛି। ଇମ୍ରାନଙ୍କ ସମର୍ଥନରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ହିଂସାତ୍ମକ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି। ସେନାବାହିନୀର ମୁଖ୍ୟାଳୟ ଉପରେ ଚଢ଼ଉ କରିବା ସହିତ ଇମ୍ରାନଙ୍କ ସମର୍ଥକମାନେ ସରକାରୀ ସଂପତ୍ତିରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି ।

ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ଥିବାରୁ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ପାକିସ୍ତାନ ତେହରିକ ଏ ଇନସାଫ୍ ମୁଖ୍ୟ ଇମ୍ରାନ ଖାନ୍ ଇସଲାମାବାଦ ହାଇକୋର୍ଟ ଯାଇଥିବା ବେଳେ କୋର୍ଟ ପରିସରରୁ ତାଙ୍କୁ ଉଠାଇ ନିଆଯାଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ପାକିସ୍ତାନ ଅଶାନ୍ତ ହୋଇପଡ଼ିଥିଲା। କରାଚୀ, ଲାହୋର, ଇସଲାମାବାଦ ଓ ରାୱଲପିଣ୍ଡି ସମେତ ସମସ୍ତ ପ୍ରମୁଖ ସହରରେ ବ୍ୟାପକ ହିଂସା ଓ ପୋଡ଼ାଜଳା ଦେଖିବାକୁ ମିଳିଛି ।

ଇସଲାମାବାଦ ଓ ଲାହୋରରେ ଧାରା ୧୪୪ ଜାରି ହୋଇଛି। ଶତାଧିକ ସ୍ଥାନରେ ରାସ୍ତା ଅବରୋଧ ଓ ଭଙ୍ଗାରୁଜା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ପିଟିଆଇ ସମର୍ଥକମାନେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଚଢ଼ଉ କରିଥିବା ରିପୋର୍ଟ ମିଳିଛି । କେବଏତିକି ନୁହେଁ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ ଓ ଟିୟର ଗ୍ୟାସ ମାଡ଼ କରାଯାଉଛି । ସମଗ୍ର ପାକିସ୍ତାନରେ ଏବେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

ସୂଚନାମୁତାବକ ବିରୋଧରେ ଅନେକ ସ୍ଥାନୀୟ ମିଡିଆ ଚ୍ୟାନେଲ କହିଛନ୍ତି ଯେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି।ଏହା ସହିତ ତିନୋଟି ୱେବସାଇଟ୍ ମଧ୍ୟ ଦେଶରେ ନିଷିଦ୍ଧ କରାଯାଏଛି।

ବିକ୍ଷୋଭକାରୀମାନେ ସାରା ଦେଶରେ ଅତି କମରେ ତିନିଟି ବିଲ୍ଡିଂରେ ନିଆଁ ଲଗାଇ ଦେଇଥିବାବେଳେ ପୋଲିସ ସୂଚନାନୁସାରେ ସମର୍ଥକଙ୍କୁ ଗିରଫ କରାଯାଇଛି। ତେବେ ଏହି ପରିସ୍ଥିତି ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିବା ଖାନଙ୍କ ଦଳ ରିପୋର୍ଟ କରିଛି। ଏହି ବିରୋଧ ମଧ୍ୟରେ ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି ଅନୁଯାୟୀ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ମୋବାଇଲ୍ ବ୍ରଡବ୍ୟାଣ୍ଡ ସେବା ସ୍ଥଗିତ ରଖାଯାଇଥିବାବେଳେ ସୋସିଆଲ ମିଡିଆରେ ସ୍ଲୋ ଇଣ୍ଟରନେଟ୍ ସେବା ଅଭିଯୋଗ ବ୍ୟାପିଛି।

Get real time updates directly on you device, subscribe now.