fbpx
BSKY
BJD SHG SKY
BJD YOUTH SKY

ୟୁଟ୍ୟୁବ୍ କଲା ବଡ଼ ପରିବର୍ତ୍ତନ: ଏବେ ଭିଡିଓ ଅପଲୋଡ ପାଇଁ କରିବାକୁ ପଡ଼ିବ ଏହି କାମ

ପ୍ଲାଟଫର୍ମରେ ଭିଡିଓ ଅପଲୋଡ୍ କରିବାର ଟେକନିକରେ ଏକ ନୂଆ ପରିବର୍ତ୍ତନ କରିଛି ୟୁଟ୍ୟୁବ୍ । ଏହି ପରିବର୍ତ୍ତନ ଖାସ୍ କରି ସେହି ୟୁଜର୍ସଙ୍କ ପାଇଁ ହୋଇଛି, ଯେଉଁମାନେ ନିୟମିତ ଭାବେ ଭିଡିଓ ସେୟାର କରୁଛନ୍ତି । ୟୁଟ୍ୟୁବ୍ ଏକ ନୂଆ ସୁବିଧା ଆରମ୍ଭ କରିଛି, ଯାହା ପ୍ଲାଟଫର୍ମରେ ଏକ ଭିଡିଓ ଅପଲୋଡ୍ କରିବାକୁ କେତେ ସମୟ ଲାଗେ ତାହା ୟୁଜର୍ସଙ୍କୁ ଦେଖାଇବ । ଏବେ ଭିଡିଓ କ୍ୱାଲିଟି ୩ଟି ସ୍ତର ବା ଏସଡି, ଏଚଡି ଓ ୪କେ’ରେ ଏହି ପ୍ରକ୍ରିୟାରେ ବିଷୟରେ ଆପଣ ସୂଚନା ପାଇପାରିବେ ।

ଟ୍ୱିଟରରେ ପୋଷ୍ଟ କରି ୟୁଟ୍ୟୁବ୍ କହିଛି ଯେ, ଆଜିଠାରୁ ସମୟ ଅନୁସାରେ ବିଭିନ୍ନ ଭିଡିଓ ଗୁଣବତ୍ତା ସ୍ତରରେ (ଏସଡି,ଏଚଡି, ଏବଂ ୪କେ) ଆପଣଙ୍କ ଅପଲୋଡ୍ ପ୍ରକ୍ରିୟାକରଣ ପାଇଁ କେତେ ସମୟ ଲାଗିବ ତାହାର ଏକ ସମୟ ଆକଳନ ଦେଖିବେ । ଯାହାଦ୍ୱାରା ଆପଣ ପବ୍ଲିଶକୁ ହିଟ୍ କରିବା ପାଇଁ ସଠିକ୍ ସମୟ ସ୍ଥିର କରିପାରିବେ!

ଏହା ପୂର୍ବରୁ ୟୁଟ୍ୟୁବ୍ ଦୁଇଟି ଅଲଗା ଅଲଗା ୱେଟିଂ ସମୟ ଦେଖାଉଥିଲା । ପ୍ରଥମେ ୟୁଟ୍ୟୁବ୍ କମ୍ପ୍ୟୁଟରରୁ ଆକାଉଣ୍ଟରେ ଫାଇଲ୍ ଅପଲୋଡ୍ ହେବା ପାଇଁ ଆବଶ୍ୟକ କରୁଥିବା ସମୟ ଦେଖାଉଥିଲା । ଦ୍ୱିତୀୟରେ ୟୁଟ୍ୟୁବକୁ ଫାଇଲ ସମ୍ପୂର୍ଣ୍ଣ କ୍ୱାଲିଟିରେ ପ୍ରୋସେସ କରିବା ପାଇଁ ଆବଶ୍ୟକ ସମୟ ଦେଖାଉଥିଲା ।

Get real time updates directly on you device, subscribe now.