fbpx

ଓଡ଼ିଶାରେ ଆଧାର ସଂଯୋଗ ‘ଲର୍ନର ଲାଇସେନ୍ସ’ ବ୍ୟବସ୍ଥା ଲାଗୁ ହେବ

ଭୁବନେଶ୍ୱର: ରାଜ୍ୟରେ ଆଧାର ସଂଯୋଗ ଲର୍ନର ଲାଇସେନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ବୁଧବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। କେନ୍ଦ୍ର ମୋଟର ଯାନ ନିୟମର ନିୟମ-୧୧ ଅନୁଯାୟୀ ଏନ୍‌ଆଇସି ଜରିଆରେ ଜନସାଧାରଣଙ୍କୁ ସହାୟତା କରିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଏହାଛଡ଼ା ସାରଥି ଓ ବାହାନ ପୋର୍ଟାଲ ଜରିଆରେ ଡ୍ରାଇଭିଂ ଲାଇସେନ୍ସ ସହିତ ୫୮ଟି ଯାନବାହନ ସମ୍ପର୍କିତ ସେବାକୁ ଆଧାର ଲିଙ୍କ୍‌ କରିବାକୁ କୁହାଯାଇଛି। ଏହାଦ୍ୱାରା ଲୋକମାନେ ଉକ୍ତ ସେବାଗୁଡ଼ିକ ଅନ୍‌ଲାଇନ ଜରିଆରେ ପାଇପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ସେପ୍ଟେମ୍ବର ୧୬ ତାରିଖରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ସେବାଗୁଡ଼ିକୁ ସ୍ୱେଚ୍ଛାକୃତ ଆଧାର ଲିଙ୍କ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ।

Get real time updates directly on you device, subscribe now.