fbpx

YouTuber ନାମ୍ରା କାଦିର ଗିରଫ: ବ୍ୟବସାୟୀଙ୍କୁ ହନି ଟ୍ରାପରେ ଫସାଇଲେ, ୭୦ ଲକ୍ଷ ଲୁଟିଲେ, ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ବିଶିଷ୍ଟ ୟୁ-ଟ୍ୟୁବର ନାମ୍ରା କାଦିର ଗିରଫ ହୋଇଛନ୍ତି । ଜଣେ ବ୍ୟବସାୟୀଙ୍କୁ ହନି ଟ୍ରାପରେ ଫସାଇ ୭୦ ଲକ୍ଷ ଲୁଟିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ନାମ୍ରାଙ୍କର ୮ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ନାମ୍ରା ନିଜ ପତିଙ୍କ ସହିତ ମିଶି ଗୁରୁଗ୍ରାମର ଜଣେ ବ୍ୟବସାୟୀଙ୍କୁ ଫସାଇଥିଲେ । ଏହା ପରେ ରେପ୍ କେସରେ ଫସାଇବାର ଧମକ ଦେଇ ବ୍ୟବସାୟୀଙ୍କଠାରୁ ୭୦ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଥିଲେ ନାମ୍ରା ।

ଗୁରୁଗ୍ରାମ ପୋଲିସ ୟୁ-ଟ୍ୟୁବର ନାମ୍ରାଙ୍କୁ ଗିରଫ କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ନାମ୍ରା ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଏକ ସନ୍ତାନ ରହିଥିବା ପୋଲିସ ଜାଣିପାରିଛି । ପୋଲିସ ଏବେ ନାମ୍ରାଙ୍କ ପତି ବିରାଟ ବେନିୱାଲଙ୍କ ଗିରଫଦାରୀ ନେଇ ରେଡ୍ ଚଳାଇଛି । ଏହି ଯୁବତୀଙ୍କ ନାମରେ ଜଣେ ବିଜିନେସମ୍ୟାନଙ୍କୁ ହନିଟ୍ରାପରେ ଫସାଇ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବାର ଗମ୍ଭୀର ଅଭିଯୋଗ ରହିଛି ।

ୟୁ-ଟ୍ୟୁବରେ ନାମ୍ରାଙ୍କର ୬ ଲକ୍ଷରୁ ଅଧିକ ଓ ଇନଷ୍ଟାଗ୍ରାମରେ ୨ ଲକ୍ଷରୁ ଅଧିକ ସଂଖ୍ୟକ ଫଲୋଅର୍ସ ରହିଛନ୍ତି । ସେ ନିଜର ପତି ବିରାଟଙ୍କ ସହ ମିଶି ଗୁରୁଗ୍ରାମର ଜଣେ ବ୍ୟବସାୟୀଙ୍କ ସହ ଏହି ହନି ଟ୍ରାପ୍ କାର୍ଯ୍ୟ କରିଥିଲେ । ମିଥ୍ୟା ମାମଲାରେ ଫସାଇବାର ଧମକ ଦେବାରୁ ବ୍ୟବସାୟୀ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କା ନାମ୍ରାଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ । ଏହାପରେ ଗତ ମାସ ୨୪ ତାରିଖରେ ସେକ୍ଟର ୫୦ ଥାନାରେ ପୀଡ଼ିତ ବ୍ୟବସାୟୀ ଜଣଙ୍କ ଯୁବତୀଙ୍କ ନାମରେ ଅଭିଯୋଗ ଦାୟର କରିଥିଲେ ।

Get real time updates directly on you device, subscribe now.