fbpx

ରିଲିଜ୍ ହେଲା ‘ଦ ରେଲୱେ ମେନ୍’ ର ଫାଷ୍ଟ ଲୁକ୍, ଦେଖିବାକୁ ମିଳିବ ଭୋପାଳ ଗ୍ୟାସ ଟ୍ରାଜେଡି

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ପ୍ରଡକ୍ସନ ହାଉସ୍ ୟଶରାଜ ଫିଲ୍ମ୍ସ ଓଟିଟି ଦୁନିଆରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି କରିସାରିଛି । ୟଶରାଜ୍ ଫିଲ୍ମ୍ ଏହାର ସିରିଜ୍ ‘ଦ ରେଲୱେ ମ୍ୟାନ’ ର ଘୋଷଣା କରିସାରିଛି । ଏହି ସିରିଜ୍ ର କାହାଣୀ ୧୯୮୪ ମସିହାରେ ହୋଇଥିବା ଭୋପାଳ ଗ୍ୟାସ ଟ୍ରାଜେଡି ଉପରେ ପର୍ଯ୍ୟବେସିତ । ଏହି ସିରିଜରେ ଆର.ମାଧବନ, କେ.କେ ମେନନ. ଦିବ୍ୟେନ୍ଦୁ ଶର୍ମା, ବାବିଲଙ୍କ ଭଳି ଅଭିନେତା ରହିଛନ୍ତି । ଭୋପାଳ ଗ୍ୟାସ ଟ୍ରାଜେଡି ସମୟରେ କିପରି ଭୋପାଳ ଷ୍ଟେସନରେ କାମ କରୁଥିବା କର୍ମଚାରୀ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ବଞ୍ଚାଇଥିଲେ ତାହା ଏହି ସିରିଜ୍ ମାଧ୍ୟମରେ ଦେଖିବାକୁ ମିଳିବ ।

ଏହି ଟ୍ରାଜେଡିକୁ ଆଜି ୩୭ ବର୍ଷ ପୂରିଛି । ଏମିତିରେ ୟଶରାଜ ଫିଲ୍ମ ଆଜିର ଦିନର ‘ଦ ରେଲୱେ ମ୍ୟାନ’ର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଏହି ଟିଜରରେ ସବୁ କଳାକାରଙ୍କ ଫାଷ୍ଟ ଲୁକ ଦେଖାଯାଇଛି । ‘ଦ ରେଲୱେ ମ୍ୟାନ’ ର ଟିଜର ର ବ୍ୟାକଗ୍ରାଉଣ୍ଡ ଟିଜର ଦେଖିଲେ ଲୋମ ଟାଙ୍କୁରୀ ଉଠିବ । ଫ୍ୟାନ୍ସମାନେ ଏହାର ଫାଷ୍ଟ ଲୁକ ଦେଖି ଖୁବ ପସନ୍ଦ କରିଛନ୍ତି ।  ରିପୋର୍ଟ ଅନୁଯାୟୀ ଏହି ସିରିଜର ବଜେଟ ପ୍ରାୟ ୧୦ କୋଟି ରହିଛି ।

Get real time updates directly on you device, subscribe now.