fbpx

୮ ବର୍ଷର ବାଳିକାକୁ ସ୍କୁଲରେ ଯୌନ ନିର୍ଯାତନା: Private ପାର୍ଟ ଛୁଉଁଥିଲେ ଶିକ୍ଷାମିତ୍ର

ନୂଆଦିଲ୍ଲୀ: ସରକାରୀ ସ୍କୁଲରେ ୮ ବର୍ଷର ବାଳିକାକୁ ଯୌନ ନିର୍ଯାତନା । ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଯୌନ ନିର୍ଯାତନ ଦେଉଥିଲେ ଜନୈକ ଶିକ୍ଷାମିତ୍ର । ଉତ୍ତର ପ୍ରଦେଶର ବରେଲୀରେ ଏଭଳି ବର୍ବର କାଣ୍ଡ ଘଟିଯାଇଛି । ଜଣେ ନୁହେଁ ୩ ଜଣ ଝିଅଙ୍କ ସହିତ ଏମିିତି ଘୃଣ୍ୟ କାର୍ଯ୍ୟ କରିବା ପରେ ପୋକ୍ସୋ ଆକ୍ଟ ଆଧାରରେ ଶିକ୍ଷାମିତ୍ରଙ୍କୁ ଗିରଫ କରାଯାଇଛି । ଶତାଧିକ ମହିଳା ସ୍କୁଲ ସମ୍ମୁଖରେ ଧାରଣା ଦେବା ପରେ ଏହି ଯୌନରାକ୍ଷସକୁ ଗିରଫ କରାଯାଇଛି ।

କିଛି ଛାତ୍ରୀ ଏହି ଘଟଣା ସମ୍ପର୍କରେ ନିଜର ମାତା ପିତାଙ୍କ ନିକଟରେ ଅଭିଯୋଗ କରିବା ପରେ ଏହା ସାମ୍ନାକୁ ଆସିଥିଲା । ବିଳାସପୁର ଥାନାରେ ଏ ନେଇ ଏକ ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିଲା । ତିନି ଝିଅ ଏବଂ ସେମାନଙ୍କ ଅଭିଭାବକଙ୍କ ବୟାନ ପରେ ଆଇପିସିର ଧାରା ୩୫୪ ଏବଂ ପୋକ୍ସୋ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣା ପରେ ଜଣେ ମହିଳା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ମୋ ଝିଅର ବୟସ ମାତ୍ର ୮ ବର୍ଷ । ୮ ବର୍ଷ ବୟସରେ ସେ କାହିଁକି ମିଛ କହିବ । ଏହା ସହିତ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Get real time updates directly on you device, subscribe now.