fbpx

ଅଦାର ପୁନାୱାଲାଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦେବା ପାଇଁ ଉଠିଲା ଦାବି

ନୁଆଦିଲ୍ଲୀ, ୬/୫ : ଦେଶରେ କରୋନା ଭାଇରସ୍ ଭ୍ୟାକସିନ୍ ପ୍ରସ୍ତୁତ କରୁଥିବା ସିରମ୍ ଇନଷ୍ଟିଚ୍ୟୁଟ ସିଇଓ ଅଦାର ପୁନାୱାଲା ଏବଂ ତାଙ୍କ ପରିବାରକୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦେବାକୁ ଦାବି ହୋଇଛି । ଏଥିପାଇଁ ବମ୍ବେ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରାଯାଇଛି । ବର୍ତ୍ତମାନ ତାଙ୍କୁ ୱାଇ ଶ୍ରେଣୀର ସିକ୍ୟୁରିଟି ଦିଆଯାଉଛି । ସେ ଏବେ ବ୍ରିଟେନ୍ ରେ ଅଛନ୍ତି ।

ସୁଚନାଯୋଗ୍ୟ, ସିଇଓ ଅଦାର ପୁନାୱାଲାଙ୍କୁ ଭାରତ ସରକାର ସିଆରପିଏଫ୍ ର ୱାଇ ଶ୍ରେଣୀ ସୁରକ୍ଷା ଦିଆଯାଇଥିଲା । ଗୃହ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଆଦେଶ ଜାରି କରାଯାଇଥିଲା । କେନ୍ଦ୍ରିୟ ଗୃହ ମନ୍ତ୍ରାଳୟରୁ ଜାରି ହୋଇଥିବା ଆଦେଶରେ କୁହାଯାଇଥିଲା ଯେ, ସିଆରପିଏଫ୍ ର ସୁରକ୍ଷା କର୍ମୀ ମାନେ ପୁରା ଦେଶରେ ତାଙ୍କ ସୁରକ୍ଷା କରିବେ । କିଛି ଦିନ ତଳେ ଅଦାର ପୁନାୱାଲା କହିଥିଲେ ଯେ, ତାଙ୍କୁ ଟିକାକୁ ନେଇ ଅନେକ ଧମକ ଦିଆଯାଉଛି । ତେଣୁ ଏବେ ସେ ବ୍ରିଟେନ୍ ରେ ଅଛନ୍ତି ଭାରତକୁ ଫେରିବେନି ବୋଲି କହିଛନ୍ତି । ମହାମାରୀର ପ୍ରଭାବ କମୁନଥିବା ବେଳେ ଟିକାର ଅଭାବ ଦେଖିବାକୁ ମିଳିଛି । ଏହାଭିତରେ ଟିକା ପାଇଁ ତାଙ୍କ ଉପରେ ଚାପ ପକାଯାଉଛି ଏବଂ ଧମକପୁର୍ଣ୍ଣ ଫୋନ୍ କଲ୍ କରାଯାଉଛି ।

Get real time updates directly on you device, subscribe now.