fbpx

ରାଧେ ଫିଲ୍ମ ମେକର୍ସଙ୍କ ବଡ ଘୋଷଣା: କରୋନା ରୋଗୀଙ୍କ ସାହାଯ୍ୟରେ ଲାଗିବ ଫିଲ୍ମର ସବୁତକ ଆୟ

ମୁମ୍ବାଇ, ୬/୫ : ଦେଶରେ କରୋନା ମହାମାରୀକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିବାରେ ଲାଗିଛି । ସଂକ୍ରମଣ ହାର ବୃଦ୍ଧିପାଉଥିବା ବେଳେ ବିଭିନ୍ନ ହସ୍ପିଟାଲର ସ୍ଥିତି ଖରାପ ଅବସ୍ଥାକୁ ଚାଲି ଆସିଲାଣି । ଆକ୍ରାନ୍ତଙ୍କ ପାଇଁ ମେଡିସିନ୍ ଏବଂ ଅକ୍ସିଜେନ୍ ବେଡ୍ ର ଅଭାବ ଦେଖାଦେଲାଣି । ଯାହା ଫଳରେ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହାକୁ ଦେଖି ଦେଶ ବିଦେଶରୁ ଲୋକେ ସାହାଯ୍ୟର ହାତ ବଢ଼ାଉଛନ୍ତି । ଏହା ଭିତରେ ସଲମାନ ଖାନ୍ ଙ୍କ ଫିଲ୍ମ ରାଧେ: ଦ ମୋଷ୍ଟ ୱଣ୍ଟେଡ୍ ଭାଇ ଏକ ବଡ ଘୋଷଣା କରିଛନ୍ତି । କରୋନା ସଙ୍କଟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଫିଲ୍ମ ମେକର୍ସ ମାନେ ଆଗେଇ ଆସିଛନ୍ତି । ଆଉ କହିଛନ୍ତି ଯେ, ଫିଲ୍ମରୁ ଯାହା ବି ଅର୍ଥ ଆସିବ ତାକୁ ଲୋକମାନଙ୍କୁ ସାହାଯ୍ୟ କରିବାରେ ବିନିଯୋଗ କରାଯିବ । ଏହି ନିଷ୍ପତି ସଲମାନ ଖାନ୍ ଫିଲ୍ମମ୍ସ ଏବଂ ଜୀ ଏନଟରଟେନମେଣ୍ଟ ଏନଟରପ୍ରାଇଜ୍ ତରଫରୁ ନିଆଯାଇଛି ।

 

View this post on Instagram

 

A post shared by Salman Khan (@beingsalmankhan)

ଫିଲ୍ମ ମେକର୍ସ ମାନେ କହିଛନ୍ତି ଯେ, ଦେଶ ଏବେ କଠିନ ଚ୍ୟାଲେଞ୍ଜିଂ ମୁହୁର୍ତ୍ତ ଦେଇ ଗତି କରୁଛି ଏବଂ ଗୋଟିଏ ଦାୟିତ୍ୱବାନ କର୍ପୋରେଟ୍ ରୁପରେ “ଜୀ” କୋଭିଡ୍ ବିରୋଧୀ ମୁକାବିଲାକୁ ମଜବୁତ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିବଦ୍ଧ । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଖାଲି ମନୋରଞ୍ଜନ ନୁହେଁ ବରଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ମଧ୍ୟ ପ୍ରୟାସ ଜାରି ରଖିଛୁ । ଆଉ ଆଶା କରୁଛୁ ଯେ, ଫିଲ୍ମ ରାଧେ ରୁ ଯାହା ବି ଆୟ ଆସିବ ସେଥିରୁ ଲୋକ ମାନଙ୍କୁ ଅନେକ ସୁଫଳ ମିଳିବ ।

ଦୁଇ କମ୍ପାନୀ ମିଳିତ ଭାବରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକ ମାନଙ୍କୁ ସାହାଯ୍ୟ କରିବାପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି । ସଲମାନ ଖାନ୍ ଫିଲ୍ମମ୍ସର ଜଣେ ପ୍ରବକ୍ତା କହିଛନ୍ତି ଯେ, ଆମେ ଏହି ପଦକ୍ଷେପରେ ସାମିଲ ହୋଇଥିବାରୁ ବହୁତ ଖୁସି । ଯାହାଦ୍ୱାରା କରୋନା ବିରୋଧୀ ଲଢ଼େଇରେ ଯୋଗଦାନ ଦେଇପାରିବୁ । ତେବେ ଫିଲ୍ମ ରାଧେ ମେ ୧୩ ରେ ରିଲିଜ୍ ହେବାକୁ ଯାଉଛି । ରିଲିଜ୍ ହେବା ପୁର୍ବରୁ ହିଁ ଏହା ବେଶ୍ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.