fbpx

୧ରେ କେରଳ ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ, ୬/୫ : ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଆକଳନ ଅନୁସାରେ ଦକ୍ଷିଣ ପଶ୍ଚିମ ମୋସୁମୀ ବାୟୁ କେରଳ ଛୁଇଁବ ଏବଂ ଚଳିତ ବର୍ଷର ପ୍ରଥମ ମୌସୁମୀ ଆସିବ ବୋଲି କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଖରାର ତାପମାତ୍ରା ଅଧିକ ରହିଛି । କରୋନା ମହାମାରୀ ସାଙ୍ଗକୁ ମୁଣ୍ଡଫଟା ଖରା ଲୋକଙ୍କୁ ହନ୍ତସନ୍ତ କରୁଛି । ତେବେ କିଛି ଦିନ ତଳେ ଅରୁଣାଞ୍ଚଳ ପ୍ରଦେଶ, ଓଡିଶା, ଦିଲ୍ଲୀ, ପଞ୍ଜାବ, ଆସାମ ଆଦି ରାଜ୍ୟରେ ବର୍ଷା ହୋଇଥିଲା । ସେହିପରି ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.