ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ରୁଷ ସୈନିକ ୟୁକ୍ରେନର ରାଜଧାନୀ କିଭର ନିକଟତର ମଧ୍ୟ ହୋଇଛନ୍ତି । ସେପଟେ ଯୁଦ୍ଧ ରୋକିବାକୁ ଯଥା ସମ୍ଭବ ପ୍ରୟାସ ମଧ୍ୟ କରାଯାଉଛି । ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର । ୟୁକ୍ରେନ ରାଷ୍ଟ୍ରପତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମୀର ଜେଲେନସ୍କୀଙ୍କ କାର୍ଯ୍ୟାଳୟ ତରଫରୁ ଟେଲିଗ୍ରାମରେ କୁହାଯାଇଛି ଯେ ଉଭୟ ପକ୍ଷ ବେଲାରୁସର ସୀମାରେ କେଉଁଠି ଏକ ଅନିର୍ଦ୍ଦିଷ୍ଟ ସ୍ଥାନରେ ସାକ୍ଷାତ କରିବେ ।
ରୁଷ ରବିବାର ଘୋଷଣା କରିଥିଲା ଯେ ଏହାର ପ୍ରତିନିଧିମଣ୍ଡଳ ବେଲାରୁସ ପାଇଁ ବାହାରିଯାଇଛନ୍ତି । ଯାହାର କିଛି ଘଣ୍ଟା ପରେ ୟୁକ୍ରେନ ତରଫରୁ ଏହି ପ୍ରତିକ୍ରିୟା ଆସିଛି । ବେଲାରୁସରେ ରୁଷ ବିପୁଳ ସୈନ୍ୟ ସାମନ୍ତ ଠୁଳ କରିଛି ତେଣୁ ସେଠାରେ ଆଲୋଚନା ନକରି କୌଣସି ଅନ୍ୟ ସ୍ଥାନରେ ଆଲୋଚନା କରିବା ଦର୍ଶାଇ ୟୁକ୍ରେନ ଅଧିକାରୀ ପ୍ରଥମେ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ ଯେ ଆଲୋଚନା । ତେବେ ଆଜି ଉଭୟ ପକ୍ଷ ବେଲାରୁସ ସୀମାରେ ହିଁ ଆଲୋଚନା କରିବେ ।
ଏହା ପୂର୍ବରୁ ରୁଷ ମିଡିଆ ଦାବି କରିଥିଲେ ଯେ ୟୁକ୍ରେନ ପ୍ରତିନିଧିଦଳ ବେଲାରୁସ ପାଇଁ ବାହାରିଯାଇଛନ୍ତି ଯେଉଁଠାରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହଯୋଗୀଙ୍କ ସହ ଆଲୋଚନା କରିବେ ।