fbpx

ଡିସେମ୍ବର ପାଇଁ ଆସିଲା କରୋନା Guideline: ହେବନି ଜିରୋ ନାଇଟ୍ ସେଲିବ୍ରେସନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଡିସେମ୍ବର ପାଇଁ କରୋନା ଗାଇଡଲାଇନ ପ୍ରକାଶ ପାଇଛି । ଏହି ଗାଇଡ ଲାଇନ ଅନୁସାରେ ପୂର୍ବପରି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଡିସେମ୍ବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡ ଲାଇନ କାର୍ଯ୍ୟକାରୀ ହେବ ।

ନୂଆବର୍ଷ ଅବସରରେ ଜିରୋ ନାଇଟ ସେଲିବ୍ରେସନ ଉପରେ ବାରଣ କରାଯାଇଛି । ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କଟକଣା ରଖାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ପାର୍କରେ ଜିରୋ ନାଇଟ ପାଳନ ପାଇଁ ମନା କରାଯାଇଛି । ଏପରିକି ସିନେମା ହଲ ଏବଂ କଲ୍ୟାଣ ମଣ୍ଡପ ପରି ସ୍ଥାନ ଗୁଡିକରେ ମଧ୍ୟ ସମାନ କଟକଣା ରଖାଯାଇଛି । ନୂଆବର୍ଷ ଅବସରରେ ବଣଭୋଜି ଅଧିକ ହେବା ଆଶଙ୍କା କରି ଡିସେମ୍ବର ୩୧ ଓ ଜାନୁୟାରୀ ୧ରେ ପିକନିକକୁ ମଧ୍ୟ ବାରଣ କରାଯାଉଛି । ସର୍ବସାଧାରଣରେ ପିକନିକ୍ ଓ ଗୋଷ୍ଠୀ ଭୋଜିକୁ ବାରଣ କରାଯାଇଛି ।

Get real time updates directly on you device, subscribe now.