fbpx
BSKY SKY
BSKY SKY

ଭିଜିଲାନ୍ସ ଜାଲରେ ବଙ୍ଗମୁଣ୍ଡା IIC; ୨ ଲକ୍ଷ ଟଙ୍କାର ଲାଞ୍ଚ ସହ ଧରା ପଡିଲେ

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଆଉ ଜଣେ ଲାଞ୍ଚୁଆ ଅଧିକାରୀ । କାରରେ ଲାଞ୍ଚ ନେଇ ଯାଉଥିବା ବେଳେ ଆଇଆଇସିଙ୍କୁ କାବୁ କରିଛି ଭିଜିଲାନ୍ସ । ୨ ଲକ୍ଷ ଟଙ୍କାର ଲାଞ୍ଚ ନେଇ ଯାଉଥିବା ବେଳେ ବରଗଡ ଟୋଲଗେଟ ପାଖରେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।

ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ମିଳିତ ଭାବରେ ଏହି ଚଢାଉ କରାଯାଇଥିଲା । ୪ଟି ଟିମ୍ ପକ୍ଷରୁ ମିଳିତ ଭାବରେ ଚଢଉ କରାଯାଇ ଆଇଆଇସି ବିନୋଦ ବିହାରୀ ନାୟକଙ୍କୁ ଗିରଫ କରାଯାଇଛି । ଏହା ସହିତ କାରଟିକୁ ମଧ୍ୟ ଜବତ କରାଯାଇଛି । ପଇସା ଆଣିବା ସମ୍ପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

Get real time updates directly on you device, subscribe now.