fbpx

ମମିତା ମେହେର ହତ୍ୟା ମାମଲା: ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ ଏବିଏସ ନାଇଡୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସନସାଇନ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମାମଲାର ତଦନ୍ତର ତଦାରଖ କରିବେ ବିଚାରପତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିବା ବେଳେ ମଙ୍ଗଳବାର ହାଇକୋର୍ଟ ଏହା ସପକ୍ଷରେ ରାୟ ଶୁଣାଇଛନ୍ତି । ତଦନ୍ତରେ ସ୍ୱଚ୍ଛତା ପାଇଁ ଜଣେ ବିଚାରପତି ଏହି ମାମଲାର ତଦାରଖ କରିବା ଉଚିତ ବୋଲି କୋର୍ଟଙ୍କୁ କହିଥିଲେ ସରକାର ।

ଏହା ଉପରେ ବିଚାର କରିବା ସହିତ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କୁ ଏହି ମାମଲାର ତଦାରଖ ପାଇଁ ନିଯୁକ୍ତ କରାଯାଇଛି । ଅବସରପ୍ରାପ୍ତ ଜିଲ୍ଲା ଜଜ ଏବିଏସ ନାଇଡୁଙ୍କୁ ଏହି ମାମଲାର ତଦନ୍ତ ଭାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.