fbpx

ନିର୍ବାଚନ ପୂର୍ବରୁ ପୋଲିସର ଜିରୋ ଟଲରେନ୍ସ; ୫ବନ୍ଧୁକ ସହ ୨୪ରାଉଣ୍ଡ ଗୁଳି ଜବତ, ୨ଗିରଫ

ଭୁବନେଶ୍ଵର: କମିଶନରେଟ ପୋଲିସ ହାତରେ କୁଖ୍ୟାତ ଅପରାଧୀ । ୫ ବନ୍ଧୁକ ସହ ମାଗାଜିନ,୨୪ ରାଉଣ୍ଡ ଗୁଳି ୨ ଜଣକୁ ଗିରଫ କଲା ପୋଲିସ । ଅପରାଧ ଘଟେଇବା ପୁର୍ବରୁ ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ପଡ଼ିଲା ହାର୍ଡକୋର କ୍ରିମିନାଲ । ନିର୍ବାଚନ ପୂର୍ବରୁ ପୋଲିସର ଜିରୋ ଟଲରାନ୍ସ । ଅପରାଧ ଘଟାଇବା ପୂର୍ବରୁ ଜବତ ହେଲା ବିପୁଳ ବନ୍ଧୁକ ।

୫ ଟି ସେମି ଅଟୋମେଟିକ ବନ୍ଧୁକ ଜବଦ । ଗୋଟେ ୯ mm ର ସେମି ଅଟୋମେଟିକ୍ ପିସ୍ତଲ ଓ ୪ ଟି ୭.୬୫ mm ର ସେମି ଅଟୋମେଟିକ୍ ୱେପନ ଜବଦ । ୯ mm ୪ଟି ଗୁଳି, ୭.୬୫ mm ର ୨୦ ଟି ଗୁଳି ଅଫୁଟା ଗୁଳି ଜବଦ, ଗୋଟେ ଗାଡ଼ି ଓ ୨ ମୋବାଇଲ ଜବଦ । ୨ ଅପରାଧି ସୁରଜ୍ ପରିଡ଼ା , ତପଧର ନାୟକ ଗିରଫ । ସୁରଜ୍ ପରିଡ଼ା, ଖଣ୍ଡଗିରି ଘର , ( ଡିପ୍ଲୋମା ଇଞ୍ଜିନିୟର ) । ତପଧର ନାୟକ ,ସୋର ବାଲେଶ୍ବର ଘର ( ଯୋଗ୍ୟତା ମାଟ୍ରିକ ପାସ୍ ) ।

ତମାଣ୍ଡ, ହଂସପାଲ, ସରକନ୍ଦରା ୩ ଟି ଜାଗାରେ ରେଡ କରିଥିଲା ପୋଲିସ । ବନ୍ଧୁକ ରଖିବା ମାମଲା ରେ ସୁବ୍ରତ ଖୁଣ୍ଟିଆ ମୁଖ୍ୟ ଅଭିଯୁକ୍ତ ଫୋରାର ଅଛି । ପୂର୍ବର ବନ୍ଧୁକ ରଖି ସୁବ୍ରତ ଖୁଣ୍ଟିଆ ର ବଡ଼ ଭାଇ ସଞ୍ଜୟ ଖୁଣ୍ଟିଆ ଗିରଫ ହେଇଥିଲା । ୨୦୨୩ ମସିହାରେ କଟକ ଭୁବନେଶ୍ବରରେ ୩୮ ଟି ବନ୍ଧୁକ ୨୦୨୪ ରେ ୧୭ ଟି ବନ୍ଧୁକ ସିଜ କରାଯାଇଛି ।

 

Get real time updates directly on you device, subscribe now.