fbpx

ବଦଳିଗଲା ଇନସ୍ୟୁରାନ୍ସ ସରେଣ୍ଡର ଚାର୍ଜର ନିୟମ, IRDAI ଜାରି କଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ବୀମା ସେକ୍ଟରରେ ଅନେକ ପରିବର୍ତ୍ତନ କରାଯାଉଛି । ବୀମା ନିୟାମକ IRDAI ଏଥିପାଇଁ ଅନେକ ନୂଆ ରେଗୁଲେସନକୁ ନୋଟିଫାଏ କରିଛି । IRDAI ଦ୍ୱାରା ନୋଟିଫାଏ କରାଯାଇଥିବା ରେଗୁଲେସନରେ ପଲିସି ସରେଣ୍ଡର ଚାର୍ଜ ସହ ଜଡିତ ନିୟମ ମଧ୍ୟ ସାମିଲ ଅଛି ।

IRDAI ଏକ ବିବୃତ୍ତିରେ ନୂଆ ରେଗୁଲେସନକୁ ନୋଟିଫାଏ କରିବା ବିଷୟରେ ସୂଚନା ଦେଇଛି । ସେ କହିଛି ଯେ, IRDAI ରେଗୁଲେସନ ୨୦୨୪ରେ ଛଅ ରେଗୁଲେସନକୁ ଏକ ୟୁନିଫାଏଡ ଫ୍ରେମୱର୍କରେ ମର୍ଜ କରାଯାଇଛି । ବୀମା ନିୟାମକଙ୍କ କହିବାନୁଯାୟୀ, ବିଭିନ୍ନ ରେଗୁଲେସନକୁ ମର୍ଜ କରିବାର ଉଦ୍ଦେଶ୍ୟ ବୀମା କମ୍ପାନୀମାନଙ୍କୁ ବଜାରର ଶିଘ୍ର ବଦଳିବା ଦାବିକୁ ପୂରା କରିବା ପାଇଁ ସକ୍ଷମ କରିବା, ବ୍ୟବସାୟକୁ ସହଜ କରିବା ଏବଂ ଇନସ୍ୟୁରାନ୍ସକୁ ବ୍ୟାପକ କରିବା ଆବଶ୍ୟକ ଅଟେ ।

ବୀମା ନିୟାମକ ଦ୍ୱାରା କରାଯାଇଥିବା ପରିବର୍ତ୍ତନ ୧ ଏପ୍ରିଲ ୨୦୨୪ ଅର୍ଥାତ ନୂଆ ଆର୍ଥିକ ବର୍ଷରେ ଲାଗୁ ହେବ । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ କିଛି ଦିନ ପରେ ୩୧ମାର୍ଚ୍ଚରେ ସମାପ୍ତ ହେବାକୁ ଯାଉଛି । ଏହା ପରେ ୧ ଏପ୍ରିଲ ୨୦୨୪ରେ ନୂଆ ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭ ହେବାକୁ ଯାଉଛି । ଇରଡା ଅନୁସାରେ ନୂଆ ନିୟମକୁ ଲାଗୁ ହେବାରେ ଏହା ସୁନିଶ୍ଚିତ ହେବ ଯେ, ବୀମା କମ୍ପାନୀମାନ ମ୍ୟାନେଜମେଣ୍ଟର ଉତ୍ତମ ନିୟମମାନ ପାଳନ କରୁ ।

IRDAI ର ନୂଆ ରେଗୁଲେସନରେ ଯାହା ପରିବର୍ତ୍ତନ ହୋଇଛି, ସେଥିରୁ ଗୋଟିଏ ପ୍ରମୁଖ ପରିବର୍ତ୍ତନ ପଲିସି ସରେଣ୍ଡରରେ ଲାଗୁଥିବା ଚାର୍ଜକୁ ନେଇ ଅଛି । ଯଦି କୌଣସି ବୀମା ଧାରକ ମାଚ୍ୟୁରିଟୀ ତାରିଖ ପୂର୍ବରୁ ନିଜ ବୀମା ପଲିସିକୁ ବନ୍ଦ କରେ ତେବେ ବୀମା କମ୍ପାନୀ ଗୁଡ଼ିକ ସେଥିପାଇଁ କିଛି ଚାର୍ଜ କରିଥାଏ । ଯାହାକୁ ପଲିସି ସରେଣ୍ଡର ଚାର୍ଜ କୁହାଯାଏ । ଇରଡା ଅନୁସାରେ, ଯଦି ବର୍ତ୍ତମାନ କୌଣସି ବୀମାଧାରକ ୪ ରୁ ୭ ବର୍ଷରେ ପଲିସି ସରେଣ୍ଡର କରେ ତେବେ ସରେଣ୍ଡର ଭ୍ୟାଲ୍ୟୁ କିଛି ମାତ୍ରାରେ ବଢିପାରେ ।

Get real time updates directly on you device, subscribe now.