fbpx

ଗରିବଙ୍କୁ ବଣ୍ଟାଯିବ ଇଡି ଦ୍ୱାରା ଜବତ ଅର୍ଥ, ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଚାଲିଛି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି କି ସେ ଏହା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି କି ପଶ୍ଚିମବଙ୍ଗରେ ଗରିବଙ୍କ ଠାରୁ ଲୁଟ୍ ହୋଇଥିବା ଅର୍ଥ ଓ ଇଡି ଦ୍ୱାରା ଜବତ ଧନ ଗରିବଙ୍କୁ କିପରି ମିଳିଯିବ । ମୋଦୀ କୃଷ୍ଣାନଗର ଲୋକସଭା କ୍ଷେତ୍ରରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୁଦ୍ଧରେ ବିଜେପି ପ୍ରାର୍ଥୀ ରାଜମାତା ଅମ୍ରିତା ରୟଙ୍କ ସହ ଫୋନ୍‌ରେ କଥା ହେବା ସମୟରେ ଏହି କଥା କହିଛନ୍ତି ବୋଲି ଜଣେ ବିଜେପି ନେତା ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭ୍ରଷ୍ଟାଚାରୀମାନେ ଗରିବ ଜନତାଙ୍କ ପଇସା ଲୁଟିଛନ୍ତି ଓ ଇଡି ସେହି ଭ୍ରଷ୍ଟାଚାରୀଙ୍କ ଠାରୁ ଯେଉଁ ସଂପତ୍ତି ଓ ଧନ ଜବତ କରିଛି ତାହାକୁ କିପରି ଗରିବ ଜନତାଙ୍କୁ ଫେରାଇ ଦିଆଯିବ ସେ ଦିଗରେ ତାଙ୍କ ସରକାର କାମ ଆରମ୍ଭ କରି ଦେଇଛି । ଏଥିପାଇଁ କ’ଣ ଆଇନ ବିକଳ୍ପ ରହିଛି ତାହାର ସନ୍ଧାନରେ ଏବେ ଅଛନ୍ତି ସରକାର ।

ବିଜେପି ନେତା କହିଛନ୍ତିି, ଗୋଟିଏ ପଟେ ବିଜେପି ଦେଶରୁ ଭ୍ରଷ୍ଟାଚାରର ମୂଳୋତ୍ପାଟନ ଲାଗି କାର୍ଯ୍ୟ କରୁଥିବା ବେଳେ ଅନ୍ୟପକ୍ଷରେ ସମସ୍ତ ଭ୍ରଷ୍ଟ ପରସ୍ପରକୁ ବଞ୍ଚାଇବା ପାଇଁ ଏକଜୁଟ ହୋଇଛନ୍ତି । ସେ କହିଛନ୍ତି ମୋର ବିଶ୍ୱାସ ଅଛି କି ପଶ୍ଚିମବଙ୍ଗରେ ଜନତା ପରିବର୍ତ୍ତନ ଲାଗି ଏଥର ମତଦାନ କରିବେ । ଏଠାରେ ସୂଚାଇ ଦିଆଯାଇପାରେ କି ୨୦୧୯ରେ ରାଜ୍ୟରେ ୪୨ ଲୋକସଭା ଆସନରୁ ବିଜେପି ୧୮ରେ ବିଜୟ ହାସଲ କରିଥିଲା । ଏଥର ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.