fbpx

ଲୋକସଭା ନିର୍ବାଚନ ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତେବେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ୯ ଜଣଙ୍କୁ ଲୋକସଭା ଟିକେଟ ଦିଆଯାଇଛି। ସମ୍ବଲପୁର, ଭୁବନେଶ୍ୱର, କେନ୍ଦ୍ରାପଡା ଭଳି ଚର୍ଚ୍ଚିତ ଆସନରେ ବିଜେଡି ତା’ର ପ୍ରାର୍ଥୀଙ୍କୁ ପ୍ରସ୍ତୁତ କରିଛି। ତେବେ ଆସନ୍ତୁ ନଜର ପକାଇବା କେଉଁ ଆସନରୁ କାହାକୁ ଟିକେଟ ଦିଆଯାଇଛି।

ବିଜେଡି ଲୋକସଭା ପ୍ରାର୍ଥୀ:
ସମ୍ବଲପୁର-ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ଼-ଦିଲ୍ଲୀପ ତିର୍କୀ

କଳାହାଣ୍ଡି-ଲମ୍ବୋଦର ନିଆଲ
ମୟୂରଭଞ୍ଜ: ସୁଦାମ ମାରାଣ୍ଡି

କେନ୍ଦ୍ରାପଡ଼ା:ଅଶୁଂମାନ ମହାନ୍ତି
ନବରଙ୍ଗପୁର-ପ୍ରଦୀପ ମାଝୀ

ଭୁବନେଶ୍ୱର: ମନ୍ମଥ ରାଉତରାୟ
କୋରାପୁଟ: କୌଶଲ୍ୟା ହିକ୍‌କା
ଆସିକା-ରଞ୍ଜିତା ସାହୁ

ଏଠାରେ କହି ରଖୁ ଯେ, ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ।

Get real time updates directly on you device, subscribe now.