fbpx

ପଞ୍ଜାବରେ ଆପ୍‌କୁ ପୁଣି ଏକ ବଡ ଧକ୍କା, ବିଜେପିରେ ମିଶିଲେ ସାଂସଦ ସୁଶୀଲ ଓ ବିଧାୟକ ଶୀତଲ ଅଙ୍ଗୁରାଲ

ନୂଆଦିଲ୍ଲୀ:ଆମ ଆଦ୍‌ମୀ ପାର୍ଟି (ଆପ୍‌)କୁ ବୁଧବାର ପୁଣି ଏକ ଶକ୍ତ ଧକ୍କା ଲାଗିଛି । ପଞ୍ଜାବରେ ଦଳର ଜଳନ୍ଧର ସାଂସଦ ସୁଶୀଲ କୁମାର ରିଙ୍କୁ ଓ ଜଳନ୍ଧର ପଶ୍ଚିମ ବିଧାନସଭା ବିଧାୟକ ଶୀତଲ ଅଙ୍ଗୁରାଲ ବିଜେପିରେ ସାମିଲ ହୋଇଛନ୍ତି । ଏହି ଖବର ସେହି ସମୟରେ ଆସିଛି ଯେତେବେଳେ ୨୬ ମାର୍ଚ୍ଚରେ ବିଜେପି ରାଜ୍ୟ ଶାଖା ମୁଖ୍ୟ ସୁନୀଲ ଜାଖଡ ପଞ୍ଜାବରେ ବିଜେପି ଏକାକୀ ଲୋକସଭା ନିର୍ବାଚନ ଲଢିବା ପାଇଁ ଘୋଷଣା କରିଥିଲେ । ଏହି ଘୋଷଣା ଶିରୋମଣି ଅକାଳୀ ଦଳ ଓ ବିଜେପି ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ପୁଣି ମେଣ୍ଟ କରାଯିବା ନେଇ ଆଲୋଚନା ସମୟରେ ହୋଇଛି ।

ପଞ୍ଜାବରେ ୧୩ ଲୋକସଭା ଆସନ ପାଇଁ ଜୁନ୍ ୧ରେ ନିର୍ବାଚନ ହେବ । ଜାଖଡ ଏକ୍ସରେ ଏକ ପୋଷ୍ଟ କରି କହିଥିଲେ, ବିଜେପି ପଞ୍ଜାବରେ ଏକାକୀ ନିର୍ବାଚନ ଲଢିବାକୁ ଯାଉଛି । ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଦ୍ୱାରା କରାଯାଇଥିବା କାମ ବିଷୟରେ କାହାକୁ ଅଛପା ନାହିଁ । ତେଣୁ ବିଜେପି ନିର୍ବାଚନରେ ଭଲ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

Get real time updates directly on you device, subscribe now.