fbpx

ସୈଫ ଅଲୀ ଖାନଙ୍କ କେଉଁ ଗୁଣରେ ଫିଦା ହୋଇଥିଲେ କରୀନା କପୁର? ବିବାହର ୧୨ ବର୍ଷ ପରେ ରାଜ୍ ଖୁଲାସା କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: କରୀନା କପୁର ସୈଫ ଅଲୀ ଖାନଙ୍କୁ ବିବାହ କରିଛନ୍ତି । ଏହି ଯୋଡିଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି । ହେଲେ କଣ ଆପଣ ଜାଣିଛନ୍ତି କି କରୀନା କପୁର ସୈଫ ଅଲୀ ଖାନଙ୍କ କେଉଁ ଗୁଣରେ ଫିଦା ହୋଇଥିଲେ । ଏ ନେଇ ଆକ୍ଟ୍ରେସ ନିଜେ ଖୁଲାସା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

କରୀନା କପୁର ଏବଂ ସୈଫ ଅଲୀ ଖାନ ବଲିଉଡର ମୋଷ୍ଟ ଲଭିଙ୍ଗ କପଲଙ୍କ ମଧ୍ୟରୁ ଅନ୍ୟତମ । ଏହି ଯୋଡିଙ୍କ ବିବାହ ୧୨ ବର୍ଷ ହୋଇଯାଇଛି ଏବଂ ତାଙ୍କର ଦୁଇଟି ପିଲା ହୋଇସାରିଛି । ତେବେ ଏକ ଇଣ୍ଟରଭ୍ୟୁରେ କରୀନା ଖୁଲାସା କରିଛନ୍ତି ଯେ, ଯେବେ ସେମାନେ ଡେଟ କରିବା ଆରମ୍ଭ କରିଥିଲେ ସେବେ ସୈଫଙ୍କ କେଉଁ ଗୁଣ ତାଙ୍କୁ ଅଧିକ ଆଟ୍ରାକ୍ଟ କରିଥିଲା ।

କରୀନା କହିଛନ୍ତି କି ପ୍ରଥମ ଆଟ୍ରାକ୍ଟ ଜିନିଷ ହେଉଛି ସୈଫଙ୍କ ଗୁଡ ଲୁକିଂ । ସେ ଯେତେବେଳେ ସୈଫଙ୍କୁ ଦେଖିଥିଲେ ପ୍ରଥମେ କେବେବି ଏବଂ କାହାକୁ ଏପରି ଗୁଡ ଲୁକିଂ ଏବଂ ଆଟ୍ରାକ୍ଟିଭ ଆଖି ଦେଖିନଥିଲେ । ତାଙ୍କ ନଜର ମଧ୍ୟ ବହୁତ ଦୟାଳୁ ଥିଲା, ଯାହାକି ପ୍ରତ୍ୟେକ ମହିଳା ସେପରି ନଜର ଚାହାନ୍ତି ।

ସେ ଆଗକୁ କହିଛନ୍ତି ଯେ, ତାଙ୍କ କେୟାରିଂର ଶୈଳୀ ମଧ୍ୟ ବହୁତ ଜେଣ୍ଟଲ ଥିଲା । ଯାହା ସେ ବହୁତ ପସନ୍ଦ କରିଥିଲେ । କରୀନା ଆଗକୁ କହିଛନ୍ତି ଯେ, ସେ ବର୍ତ୍ତମାନ ମଧ୍ୟ ଅନୁସନ୍ଧାନ କରୁଛନ୍ତି, ଜଣେ ମଣିଷ ଭାବେ ସୈଫ କିଏ । ସୈଫଙ୍କୁ ତାଙ୍କ ଠାରୁ ଅଧିକ କେହି ଜାଣିନାହାନ୍ତି । ସେ ଏକ ସାଙ୍ଗରେ ସର୍ବଦା ଯୋଡି ହୁଅନ୍ତି ଯାହା ଏକ ପଜିଟିଭ ଅଟେ ।

କରୀନା ସମୟ ପାଇବା ମାତ୍ରେ ସେ ତାଙ୍କ ଦୁଇ ପୁଅ ଏବଂ ସ୍ୱାମୀଙ୍କ ସହ ସମୟ ବିତାନ୍ତି । କରୀନା କପୁର ଏବଂ ସୈଫ ଅଲୀ ଖାନ ୨୦୧୨ ମସିହାରେ ବିବାହ କରିଥିଲେ । ସୈଫଙ୍କ ପ୍ରଥମ ପତ୍ନୀ ଅମୃତ ସିଂହ ଥିଲେ । ୨୦୦୪ରେ ସେ ଅମୃତାଙ୍କ ଠାରୁ ଛାଡପତ୍ର ନେଇଥିଲେ । କରୀନା ଏବଂ ସୈଫଙ୍କ ମଧ୍ୟରେ ୧୦ ବର୍ଷର ବ୍ୟବଧାନ ରହିଛି ।

Get real time updates directly on you device, subscribe now.