fbpx

ଫୁଲବାଣୀର ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ସେହିପରି ମେ ମାସ ୧୩, ୨୦, ୨୫, ଓ ଜୁନ ୧ରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଜି ବିଜେଡି ୭୨ଟି ବିଧାନସଭା ଓ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ।

ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଅସିଛି ଏକ ବଡ଼ ଖବର । ଫୁଲବାଣୀର ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ କଂଗ୍ରେସରେ ସାମିଲ ହୋଇଛନ୍ତି । ଗତ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ସେ ଫୁଲବାଣୀର ସାଂସଦ ରହିଥିଲେ । ବ୍ୟକ୍ତିଗତ କାରଣରୁ ସେ ଗତବର୍ଷ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହା ମଧ୍ୟରେ ସେ ପୁଣି ଥରେ କଂଗ୍ରେସରେ ସାମିଲ ବୋ ସହ କଂଗ୍ରେସ ପାଇଁ ଆଜୀବନ କାମ କରିବେ ବୋଲି କହିଛନ୍ତି । ଏହି ମିଶ୍ରଣ ପର୍ବରେ ବିଭିନ୍ନ ବ୍ଲକର ଶତାଧିକ ନେତା, କର୍ମୀ ଓ ଦଳୀୟ ପଦାଧିକାରୀ ଦଳରେ ସାମିଲ ହୋଇଥିଲେ । ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି ଯୁବକ, କଂଗ୍ରେସ ସଭାପତି, ପୂର୍ବନ ବିଧାୟକଙ୍କ ଉପସ୍ଥିତିରେ ରାଧାକାନ୍ତ ହାତ ଧରିଥିଲେ ।

Get real time updates directly on you device, subscribe now.